www.samajalive.in
Monday, December 15, 2025
27.1 C
Bhubaneswar

ଆଜିଠାରୁ +୨ ପରୀକ୍ଷା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିିିତ +୨ ଥିଓରୀ ପରୀକ୍ଷା ଆଜିଠାରୁ ଆରମ୍ଭ ହେବ । ରାଜ୍ୟର ୧୧୩୩ ପରୀକ୍ଷା କେନ୍ଦ୍ରରେ +୨ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରଥମ ଦିନ ବାଣିଜ୍ୟ ଓ କଳା ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କର ମାତୃଭାଷା (ଏମ୍‌ଆଇଏଲ) ଓଡ଼ିଆ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ। ପରୀକ୍ଷାକୁ ନେଇ ସାମାଜିକ ଗଣମାଧ୍ୟମରେ ନକଲି ପ୍ରଶ୍ନପତ୍ର ସଞ୍ଚାର କରିବା, ପ୍ରଶ୍ନପତ୍ର ବା ଉତ୍ତରଖାତା ଆଦି ବିଷୟରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷଣ ନଜର ରଖିବା ପାଇଁ ସମସ୍ତ ଜିଲାର ଆରକ୍ଷୀ ଅଧୀକ୍ଷକ(ଏସ୍‌ପି)ଙ୍କୁ ନିର୍ଦେଶ ଦିଆଯାଇଛି। ଏପରି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କୁ ଠାବ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ପ୍ରତି ନୋଡାଲ୍ କେନ୍ଦ୍ରରେ ସିସି କ୍ୟାମେରା ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି।
୨୦୨ଟି ପରୀକ୍ଷା ପରିଚାଳନା ହବ୍ (ନୋଡାଲ୍‌ ସେଣ୍ଟର) କରାଯାଇଛି। କଳାରେ ସର୍ବାଧିକ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ ହଜାର ୭୭, ବାଣିଜ୍ୟରେ ୨୪ ହଜାର ୧୩୬ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୫ ହଜାର ୮୬୩ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମୁଖ୍ୟତଃ ଛାତ୍ରଛାତ୍ରୀ ନିଜ ବିଦ୍ୟାଳୟ ବା ନିକଟତମ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି। ପରିଷଦ ପକ୍ଷରୁ ନୋଡାଲ୍ କେନ୍ଦ୍ରକୁ ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତରଖାତା ପଠା ସରିଛି। ପ୍ରତିଥର ପରି ଏଥର ମଧ୍ୟ ମୋବାଇଲ ଫୋନ୍‌ ଓ ବୈଦ୍ୟୁତିକ ସରଞ୍ଜାମ ଉପରେ କଟକଣା ଲଗାଯାଇଛି। ଇନ୍‌ଭିଜିଲେଟର, ଅବଜରଭର, ଅଧୀକ୍ଷକ ଓ ଜିଲା ପ୍ରଶାସନ ସଦସ୍ୟଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ।
‌‌ସମସ୍ତ ପରୀକ୍ଷା କେନ୍ଦ୍ର ସହ ହବ୍‌ରେ ମଧ୍ୟ ୨୪ ଘଣ୍ଟିଆ ସିସି କ୍ୟାମେରା ଲଗାଯାଇଛି। ପରୀକ୍ଷା ଦିନ ହିଁ ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ। ମୂଲ୍ୟାୟନ ଜୋନ୍‌କୁ ଯିବା ପର୍ଯ୍ୟନ୍ତ ଉତ୍ତରଖାତାଗୁଡ଼ିକ ହବ୍‌ର ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରହିବ। ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟ‌ରେ ଅଧ୍ୟାପକ ସାଙ୍ଗରେ ଯିବେ। ଅବଜରଭର୍‌ ଭାବେ ପରୀକ୍ଷା କେନ୍ଦ୍ରରେ ତଦାରଖ କରିବେ। ଅଧୀକ୍ଷକ ପ୍ରତିଦିନ ଅତିକମ୍‌ରେ ଦୁଇ ଥର ପରୀକ୍ଷା ଗୃହକୁ ଯାଇ ସ୍ଥିତି ପରଖିବେ। ହଲ୍‌, ପ୍ରଶ୍ନପତ୍ର ଖୋଲିବା, ପରୀକ୍ଷା ଚାଲିଥିବା ସମୟ ଓ ଉତ୍ତରଖାତା ସିଲ୍‌ ପରି କାର୍ଯ୍ୟକ୍ରମ ସିସିଟିଭି ନଜରରେ ଅନୁଷ୍ଠିତ ହେବ। ଏଥର ୪ ସେଟ୍‌ର ପ୍ରଶ୍ନପତ୍ର କରାଯାଇଛି। ପରୀକ୍ଷା ଆରମ୍ଭ ହେବାର ୫ ମିନିଟ୍‌ ଆଗରୁ ପ୍ରଶ୍ନପତ୍ର ଦିଆଯିବ। ପରିସ୍ରାଗାର ଯିବା ପୂର୍ବରୁ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯେପରି ଦାଖଲ କରିବେ ତାହା ସୁନିଶ୍ଚିତ କରିବେ ଅଧ୍ୟାପକ।
କପି ରୋକିବା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଥିବାବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍କ୍ବାଡ୍‌ ଗଠନ କରାଯାଇଛି। କେନ୍ଦ୍ରୀୟ ଜୋ‌ନ୍‌ ସ୍କ୍ବାଡ୍‌ରେ ସର୍ବାଧିକ ୫୮ ଜଣ ସଦସ୍ୟ ଥିବା ବେଳେ ସମ୍ବଲପୁର ଜୋନାଲ୍‌ ସ୍କ୍ବାଡ୍‌ରେ ୩୫, ବାରିପଦା ଓ ବ୍ରହ୍ମପୁର ଜୋନାଲ୍‌ ସ୍କ୍ବାଡ୍‌ରେ ୩୦ ସଦସ୍ୟ ରହିଛନ୍ତି। ପରୀକ୍ଷା ସରିବା ପର୍ଯ୍ୟନ୍ତ ୨୪ ଘଣ୍ଟିଆ ସହାୟତା ନମ୍ବର ଜାରି କରାଯାଇଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories