ଭୁବନେଶ୍ୱର : ଚଳିତ ବର୍ଷର +୨ କଟ୍ ଅଫ୍ ମାର୍କ ଗୁରୁବାର ପ୍ରକାଶ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସାର କଟ୍ ଅଫ୍ ମାର୍କ ସବୁଠାରୁ ଆଗରେ ରହିଛି। +୨ ବିଜ୍ଞାନ ପାଇଁ ରେଭେନ୍ସା କଟ୍ ଅଫ୍ ସର୍ବାଧିକ ୯୧.୬୭%। କଳାରେ ୮୦%, ବିଜ୍ଞାନରେ ୯୧.୬୭% ଓ ବାଣିଜ୍ୟରେ ୭୯.୨୦% କଟ୍ ଅଫ୍ ମାର୍କ ରହିଛି। ପ୍ରଥମ କଟ୍ ଅଫ୍ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ମନୋନୀତ ହୋଇଛନ୍ତି।
୨ୟରେ ବାଲେଶ୍ୱର ଏଫ୍ଏମ୍-୯୦%,୩ୟରେ ବିଜେବି ୮୯% ରହିଛି। ୪ର୍ଥରେ ନୀଳକଣ୍ଠ ନଗର ଏସ୍ଏସ୍ଭିଏମ୍ ୮୯%, ୫ମରେ ସୋର ୟୁଏନ୍ ୮୬.୮୩% ରହିଛି।
ସେହିପରି +୨ କଳାରେ କଟ୍ ଅଫ୍ ରେଭେନ୍ସାରେ ସର୍ବାଧିକ ୮୦%। ୨ୟରେ ରାଉରକେଲା ସରକାରୀ କଲେଜ ୭୯%, ୩ୟରେ ଡିଏଭି ଟିଟିଲାଗଡ ୭୮.୬୭%। ୪ର୍ଥରେ ଏଫ୍ଏମ୍ ବାଲେଶ୍ୱର ୭୮%, ୫ମରେ ଭବାନୀପାଟଣା କଲେଜ ୭୭.୫୦%।
+୨ ବାଣିଜ୍ୟରେ ରେଭେନ୍ସାରେ ସର୍ବାଧିକ ୭୯.୨୦%। ୨ୟରେ ରାଉରକେଲା ସରକାରୀ କଲେଜ ୭୭.୩୩,୩ୟରେ ବିଜେବି ୭୩%, ୪ର୍ଥରେ କଟକ ଜେକେବିକେ ୭୨.୨୦%, ୫ମରେ କଟକ ଶୈଳବାଳା ୭୨.୧୭% ରହିଛି।



