www.samajalive.in
Saturday, December 6, 2025
15.1 C
Bhubaneswar

ମର୍ମନ୍ତୁଦ ; ଖାଇକୁ ବସ୍‌‌ ଖସି ୨୭ ମୃତ, ୧୭ ଆହତ

ମେକ୍ସିକୋ : ମେକ୍ସିକୋରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଗୁରୁବାର ଖବର ମିଳିଛି। ଖାଇକୁ ବସ୍‌‌ ଖସି ଏହି ଦୁର୍ଘଟଣାରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାର ମେକ୍ସିକୋର ଦକ୍ଷିଣ ପ୍ରାନ୍ତ ଓକ୍ସାକାରେ ଘଟିଛି। ଓକ୍ସାକାର ରାଜ୍ୟପାଳ ଏନେଇ ଟ୍ୱିଟ ଯୋଗେ ଗଭୀର ଦୁଃଖ ପ୍ରକାଶ କରିବା ସହ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, ଯାତ୍ରୀ ଭର୍ତ୍ତି ଥିବା ଏହି ବସ୍‌‌ ବୁଧବାର ମେକ୍ସିକୋ ସିଟି ୟୋସୋନଦୁଆ ଯାଉଥିଲା।
ଏହି ସମୟରେ ବସ୍ ମାଗଡାଲେନା ପେନାସ୍କୋ ସହରରେ ପ୍ରାୟ ୬.୩୦ ସମୟରେ ଖାଇକୁ ଖସିପଡିଥିଲା। ଖାଇଟି ୧୦ ଫୁଟ ଗଭୀର ଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଓକ୍ସାକା ରାଜ୍ୟପାଳ ଟ୍ୱିଟ୍ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ବାସିନ୍ଦା ଏବଂ ମ୍ୟୁନିସିପାଲିଟି କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଧିକାରୀ କହିଛନ୍ତି, ମୃତକଙ୍କ ମଧ୍ୟରେ ଏକ ବର୍ଷର ଶିଶୁ, ୧୩ ମହିଳା ଏବଂ ୧୩ ପୁରୁଷ ଅଛନ୍ତି।
ଏହି ଦୁର୍ଘଟଣାରେ ରାଜ୍ୟପାଳ ଗଭୀର ଦୁଃଖ ପ୍ରକାଶ କରିବା ସହ ବିଭିନ୍ନ ଏଜେନ୍ସିମାନଙ୍କୁ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ, ସ୍ୱାସ୍ଥ୍ୟ, ଜନ ନିରାପତ୍ତା, କଲ୍ୟାଣ ତଥା ଅନ୍ୟାନ୍ୟ ବିଭାଗର ସଚିବମାନଙ୍କୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାଜ୍ୟପାଳ ଟ୍ୱିଟ୍ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories