ବାହାରିଲା +୨ କଟ୍ ଅଫ୍ ମାର୍କ.. କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ସବୁଠାରୁ ଆଗରେ..
ଆଜିଠୁ ଓଜେଇଇ କାଉନସେଲିଂ, ୩ଟି ପର୍ଯ୍ୟାୟରେ ହେବ କାଉନସେଲିଂ..
ବାହୁଡ଼ା ଯାତ୍ରା ସମୟରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକଙ୍କ ମୃତ୍ୟୁ..
ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ୟୁ..
ପୁଣି ରେଳ ବିଭ୍ରାଟ, ନୟାଗଡ଼ ଷ୍ଟେସନରେ ସେବା ଏକ୍ସପ୍ରେସ୍ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଷ୍ଟାର୍ଟ ହେଲାନି ଇଞ୍ଜିନ..
ଯାତ୍ରୀ ଅସନ୍ତୋଷ..
ଅଢ଼େଇ ଘଣ୍ଟା ବିଳମ୍ବରେ ଯାନ୍ତ୍ରିକ ତ୍ରୁଟି ସଜାଡ଼ିବା ପରେ ଗଡ଼ିଲା ସେବା ଏକ୍ସପ୍ରେସ୍..
କୋରାପୁଟ ସେମିଳିଗୁଡ଼ା ପୋଷ୍ଟ ଅଫିସ୍ରେ କାର୍ଯ୍ୟରତ ଡାକ କର୍ମଚାରୀଙ୍କ ମୃତଦେହ କୋଲାବ ଜଳ ଭଣ୍ଡାରରୁ ଉଦ୍ଧାର..
ବୁଧବାର ଠାରୁ ନିଖୋଜ ଥିଲେ..
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର..
ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍ ତାଳପତ୍ରଙ୍କ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ନେଇ ସୁପାରିଶ କରିଛନ୍ତି..
ଜଷ୍ଟିସ୍ ତାଳପତ୍ର ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି..
ଆଜି ଦ୍ୱିତୀୟ ଦିନରେ ବ୍ୟବସାୟିକ ପ୍ରତିଷ୍ଠାନ ‘ଡିଏନ୍ ଗ୍ରୁପ୍’ ଉପରେ ଚାଲିଛି ଚଢ଼ାଉ..
କର୍ମଚାରୀଙ୍କୁ ପଚରାଉଚୁରା କରୁଛି ଆୟକର ବିଭାଗ..
ଦକ୍ଷିଣ ଆଫ୍ରିକାରେ ବିଷାକ୍ତ ଗ୍ୟାସ୍ ଲିକ୍ : ୨୪ ମୃତ ..
ମେକ୍ସିକୋରେ ଘାଟିରୁ ବସ୍ ଓଲଟି ୨୭ ମୃତ, ୧୭ ଗୁରୁତର..



