www.samajalive.in
Saturday, December 6, 2025
19.1 C
Bhubaneswar

ମଧ୍ୟପ୍ରଦେଶ ଦଳିତଙ୍କ ଉପରେ ପରିସ୍ରା କରିବା ଘଟଣା, ଦଳିତଙ୍କ ପାଦ ଧୋଇ ବନ୍ଦନା କଲେ ମୁଖ୍ୟମନ୍ତ୍ରୀ

ଡେସ୍କ: ମଧ୍ୟପ୍ରଦେଶର ସିଦ୍ଧି ଅନ୍ତର୍ଗତ କୁବରୀ ଗ୍ରାମରେ ଦଶମତ ରାୱତ ନାମକ ଜଣେ ଦଳିତଙ୍କ ଉପରେ ବିଜେପି କର୍ମୀ ପ୍ରଭେଶ ଶୁକ୍ଲା ପରିସ୍ରା କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଘଟଣା ଗତକାଲି ଘଟିଥିଲା ଏବଂ ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଏହି ଘଟଣାରେ ମଧ୍ୟପ୍ରଦେଶ ପୁଲିସ ଅଭିଯୁକ୍ତ ପ୍ରଭେଶ ଶୁକ୍ଲାକୁ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ବଳରେ ଗିରଫ କରି ହାଜତରେ ପୁରାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାର ବାସଗୃହକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ସେହି ବାସଗୃହର ଅଧିକାଂଶ ଅଂଶ ବେନିୟମ ନିର୍ମାଣ ଥିଲା ବୋଲି ସ୍ଥାନୀୟ ପ୍ରଶାସନ କହିଛି।

- Advertisement -

ତେବେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜ ବାସଭବନରେ ପୀଡିତ ଦଳିତ ବ୍ୟକ୍ତି ଦଶମତ ରାୱତଙ୍କୁ ସମ୍ମାନର ସହ ତାଙ୍କ ପାଦ ଧୋଇ ଦେବା ସହ ବନ୍ଦନା କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ କ୍ଷମା ପ୍ରାର୍ଥନା ସହ ସେ ଏହି ଘଟଣାରେ ମର୍ମାହତ ବୋଲି ପ୍ରକାଶ କରିଛନ୍ତି। ଶ୍ରୀ ଚୌହାନ କହିଛନ୍ତି.’ପ୍ରତ୍ୟେକ ମଣିଷ ମୋ ପାଇଁ ଈଶ୍ୱର ସମାନ’।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories