Patra electronics

ପାଇକରାପୁରରୁ ମିନିଟ୍ରକ୍ ଜବତ,୨ ଗିରଫ

ଚୌଦ୍ୱାର : ଟ୍ରାନ୍ସପୋର୍ଟରୁ ସାମଗ୍ରୀ ଆଣି ଧାର୍ଯ୍ୟ ସ୍ଥାନରେ ନପହଞ୍ଚାଇବା ଏବଂ ଟ୍ରାନ୍ସପୋର୍ଟ ସାମଗ୍ରୀ ହଡ଼ପ କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଏକ ମିନି ଟ୍ରକ୍( ଆଇଚର)ର ମାଲିକ ତଥା ଡ୍ରାଇଭର ଉମାକାନ୍ତ ସାହୁ(୨୬) ଓ ହେଲପର ରାଜେନ୍ଦ୍ର ଜାନା (୨୭)ଙ୍କୁୁ ଗିରଫ କରିବା ସହିତ ମାଲ ବୋଝେଇ ଆଇଚର ଗାଡ଼ିକୁ ଜବତ କରିଛି । ପୁଲିସ ସୂଚନା ଅନୁଯାୟୀ ଚୌଦ୍ୱାର ପାଇକରାପୁର ଗ୍ରାମର ଉମାକାନ୍ତ ସାହୁଙ୍କ ଏକ ଆଇଚର ଗାଡ଼ିଟି ପଶ୍ଚିମବଙ୍ଗ ଖଡ଼ଗପୁରସ୍ଥିତ ଗୋଲଡେନ୍ ଟ୍ରାନ୍ସପୋର୍ଟରୁ ରାସାୟନିକ ଦ୍ରବଣ ଥିବା ୪୦୦ଟି ଡବା ( ମୂଲ୍ୟ ୪ଲକ୍ଷ ୭୦ ହଜାର ଟଙ୍କା) ନେଇ ସମ୍ବଲପୁରରେ ପହଞ୍ଚାଇବା ପାଇଁ ବାହାରି ଯାଇଥିଲା । ଏହି ସାମଗ୍ରୀ ଚାଲାଣ ପାଇଁ ୧୮ ହଜାର ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଥିବାବେଳେ ଟ୍ରାନ୍ସପୋର୍ଟ ତରଫରୁ ୧୪ ହଜାର ୭୦୦ ଟଙ୍କା ପୈଠ କରାଯାଇଥିଲା । ଗାଡ଼ିଟି ଧାର୍ଯ୍ୟ ସମୟରେ ସମ୍ବଲପୁରରେ ନ ପହଞ୍ଚିବାରୁ ଟ୍ରାନ୍ସପୋର୍ଟ ମାଲିକ ଗାଡ଼ି ମାଲିକଙ୍କୁ ଫୋନ୍ କରିବାରୁ ସେ ତାଙ୍କୁ ଗାଳି ଗୁଲଜ କରିବା ସହିତ ଭଡ଼ା ବାବଦକୁ ଆହୁରି ୩୦ ହଜାର ଟଙ୍କା ଦାବି କରିଥିଲେ ବୋଲି ଗୋଲଡ଼େନ ଟାନ୍ସପୋର୍ଟ ମାଲିକ ଅଭିଯୋଗ କରିଛନ୍ତି । ସେ ଏ ସମ୍ପର୍କରେ କଟକ ମିନିଟ୍ରକ୍ ମାଲିକ ମହାସଂଘକୁ ଜଣାଇବାରେ ମହାସଂଘର ସଦସ୍ୟମାନେ ଟ୍ରାନ୍ସପୋର୍ଟ ମାଲିକଙ୍କ ସହିତ ଚୌଦ୍ୱାର ଥାନାକୁ ଆସି ଏତାଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ କରି ହଡ଼ପ ସାମଗ୍ରୀ ସହିତ ପାଇକରାପୁର ଗ୍ରାମରେ ରଖା ଯାଇଥିବା ମିନି ଟ୍ରକକୁ ଜବତ କରିଥିଲେ। ୠାଡ଼ି ମାଲିକ ତଥା ଡ୍ରାଇଭର ପାଇକରାପୁର ଗ୍ରାମର ଉମାକାନ୍ତ ଓ ହେଲପର ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ରାଜେନ୍ଦ୍ରକୁ ଗିରଫ କରି ଅଦାଲତ ଚାଲାଣ କରାଯାଇଛି ।

Comments are closed.