www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ଲୁଟେରା ଗିରଫ ; ବାଇକ୍‍ ଓ ଚୋରୀ ମୋବାଇଲ ଜବତ

ପିପିଲି : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଆତଙ୍କ ଖେଳାଇଥିବା ଏକ ହାଇୱେ ଲୁଟେରା ଗୋଷ୍ଠୀର ୨ ଜଣ ସଦସ୍ୟଙ୍କୁ ପିପିଲି ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଲୁଟ୍‍ରେ ବ୍ୟବହୃତ ଏକ ନମ୍ବର ବିହୀନ ଆପାଚି ବାଇକ୍‍ ସମେତ ଗୋଟିଏ ଲୁଟ୍‍ ମୋବାଇଲ୍‍କୁ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଖୋର୍ଦ୍ଧ ଜିଲା ଜଙ୍କିଆ ନିକଟବର୍ତ୍ତି ମଳିପଡା ଗ୍ରାମର ସୁନୀଲ ବଳିଆରସିଂ (୩୩) ଓ ବେଗୁନିଆ ଥାନା ଗଡଲୋକନାଥ ଅଞ୍ଚଳର ରଞ୍ଜନ ପାଟ୍ଟସାଣି (୩୨)। ଉଭୟଙ୍କୁ ଆଜି ପିପିଲି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାଇ, ପିପିଲି ଟୋଲ୍‍ଗେଟ୍‍ ଛକ ନିକଟରେ ଜାତୀୟ ରାଜପଥ କଡରେ ଫଳ ଦୋକାନ କରିଥିବା ପିପିଲିଶାସନ ଗ୍ରାମର ପ୍ରମୋଦ କୁମାର ସାହୁ ଗତ ଅଗଷ୍ଟ ୧୨ ତାରିଖ ରାତି ପ୍ରାୟ ଗୋଟାଏ ସମୟରେ ଦୋକାନରେ ଥିବା ବେଳେ ଲୁଟ୍‍ର ଶିକାର ହୋଇଥିଲେ । ୨ ଜଣ ଅଜଣା ଯୁବକ ଏକ ବାଇକ୍‍ରେ ଆସି ତାଙ୍କୁ ଖଣ୍ଡା ଦେଖାଇ ଭୟଭିତ କରିବା ସହ ତାଙ୍କ ଠାରୁ ୫ହଜାର ଟଙ୍କା ସମେତ ମୋବାଇଲ୍‍ ଫୋନ୍‍କୁ ଲୁଟିନେଇ ଫେରାର ହୋଇଯାଇଥିଲେ । ଏନେଇ ଶ୍ରୀସାହୁ ପିପିଲି ପୁଲିସରେ ଅଭିଯୋଗ କରିବା ପରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ନିର୍ଦ୍ଦେଶରେ ଏସ୍‍ଆଇ ସୁରମା ସ୍ୱାଇଁ ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଏହି ଅଭିଯୁକ୍ତଙ୍କ ଅନ୍ୟ ସହଯୋଗୀକୁ ପୁଲିସ ଖୋଜୁଥିବା ବେଳେ ଏମାନେ ଅନ୍ୟ କେଉଁ କେଉଁ ମାମଲାରେ ସଂପୃକ୍ତ ଅଛନ୍ତି ସେ ନେଇ ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବା ସୂଚନା ମିଳିଛି ।

- Advertisement -

ଏହା ପୂର୍ବରୁ ଏହି ଜାତୀୟ ରାଜପଥରେ ଆତଙ୍କରାଜ ଚଳାଇଥିବା ଅନ୍ୟ ଏକ ହାଇୱେ ଲୁଟେରା ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କ ସମେତ ଚୋରା ମୋବାଇଲ୍‍ କାରବାରରେ ସେମାନଙ୍କ ସହ ସଂପୃକ୍ତ ଅନ୍ୟ ୩ଜଣଙ୍କୁ ସ୍ପେଶାଲ୍‍ ସ୍କ୍ୱାର୍ଡ ସହାୟତାରେ ପିପିଲି ପୁଲିସ ଗତ ୨୩ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କ ଠାରୁ ଲୁଟ୍‍ରେ ବ୍ୟବହୃତ ଗୋଟିଏ କଳା ପଲ୍‍ସର ଓ ଅନ୍ୟ ଏକ ୟାମାହା ଏଫ୍‍ଜେଡ୍‍ ବାଇକ୍‍ ସମେତ ୮ଟି ଚୋରା ମୋବାଇଲ୍‍ ଫୋନ୍‍କୁ ପୁଲିସ ଜବତ କରିଥିଲା ।  ପିପିଲି ଥାନା ଅଞ୍ଚଳରେ ଘଟିଥିବା ୩ଟି ହାଇୱେ ଲୁଟ୍‍ ମାମଲାରେ ଏମାନେ ସଂପୃକ୍ତ ଥିଲେ ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories