www.samajalive.in
Saturday, December 6, 2025
26.1 C
Bhubaneswar

ପର୍ବତାରୋହୀ ଯୋଗବ୍ୟାସଙ୍କୁ ମରଣାନ୍ତକ ଆକ୍ରମଣ: ୩ ଗିରଫ

ନର୍ଲା: କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରା ଗ୍ରାମର ସୁନାମଧନ୍ୟ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି। ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ରବିବାର ସନ୍ଧ୍ୟାରେ କୌଣସି କାମକୁ ନେଇ ଧଅଁରାମାଲ ଗାଁକୁ ଯାଇଥିଲେ। ସେଠାରେ ତାଙ୍କୁ ଆକ୍ରମଣ ହୋଇଥିଲା।

୨୦୧୭ ମସିହାରେ ଯୋଗବ୍ୟାସଙ୍କ ଦଳରେ ସାମିଲ ହୋଇ ଧଅଁରମାଲ ଗାଁର ବଳଦେବ ଭୋଇଙ୍କ ପୁଅ ଲାଲୁପ୍ରସାଦ ଭୋଇ ମୋନାଲୀ ପାହାଡ ଚଢିବା ପାଇଁ ଯାଇ ମୃତ୍ୟୁବରଣ କରିଥିଲା। ଏହାକୁ ନେଇ ବଳଦେବ ଅସନ୍ତୁଷ୍ଟ ରହିବା ସହ ଶ୍ରୀ ଭୋଇଙ୍କୁ ଦାୟୀ କରି ପ୍ରତିଶୋଧର ନିଆଁରେ ଜଳୁଥିଲେ। ସୁଯୋଗ ପାଇ ଗତକାଲି ବଳଦେବଙ୍କ ସପରିବାର ଶ୍ରୀ ଭୋଇଙ୍କ ଉପରେ ଆକ୍ରମଣ କରିଥିଲେ। ଖବର ପାଇ ଶ୍ରୀ ଭୋଇଙ୍କ ଦୁଇଭାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ହେଁ ପାଲଟା ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପଲମ ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ବଳଦେବ ଭୋଇ, ଉପେନ୍ଦ୍ର ଭୋଇ ଓ ବିିବେକ ଭୋଇଙ୍କ ବିପକ୍ଷରେ କେସ ନଂ୨୧୮/୨୦୨୦ ତା.୨୮-୯-୨୦ରେ ମାମଲା ଋଜୁ କରି ଗିରଫ କରିଥିବା ପଲମ ଫାଣ୍ଡିରୁ ସୂଚନା ମିଳିଛି। ଏହି ଘଟଣାକୁ ସମଗ୍ର ଜିଲାର ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ସହ ଦୋଷୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଦାବି ହୋଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories