www.samajalive.in
Saturday, December 13, 2025
27.1 C
Bhubaneswar

+୨ ନାମଲେଖା, ୨୦୩୦ କନିଷ୍ଠ ମହାବିଦ୍ୟାଳୟ ସାମିଲ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ୨ ହଜାର ୩୦ଟି କନିଷ୍ଠ ମହାବିଦ୍ୟାଳୟରେ ନାମଲେଖାଇବା ପାଇଁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୧୧ ଟା ରୁ ସାମ୍ସ ଓଡ଼ିଶା ପୋର୍ଟାଲରେ ଆବେଦନ ପତ୍ର ଉପଲବ୍ଧ ହୋଇଛି। ରାତି ୮.୩୦ ସୁଦ୍ଧା ୪୦ ହଜାର ୯୬୮ଜଣ ଏଥିପାଇଁ ନାମ ପଞ୍ଜୀକରଣ କରିଥିବାବେଳେ ୨୧ ହଜାର ୧୧୬ ଜଣ ପ୍ରତ୍ୟକ୍ଷ ସେବା ମାଧ୍ୟମ (ଅନଲାଇନ)ରେ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ହଜାର ୬୭୯ ଜଣ ନାମଲେଖା ସଂକ୍ରାନ୍ତୀୟ ଦେୟ ପ୍ରଦାନ କରିଛନ୍ତି।

ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ। ସେପ୍ଟେମ୍ବର ୧୩ ଦିନ ୧୧.୩୦ ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୪ ରୁ ୨୧ ତାରିଖ ମଧ୍ୟରେ ହେବ। ୨୭ ସେପ୍ଟେମ୍ବର ଅପରାହ୍ଣ ୪ ଟାରେ ପ୍ରକାଶ ପାଇବ ଦ୍ବିତୀୟ ମେଧା ତାଲିକା। ଏଥିପାଇଁ ୨୯ ସେପ୍ଟେମ୍ବରରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ। ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ଆସନ (ସିଟ) ତାଲିକା ଓ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ଅକ୍ଟୋବର ୪ ତାରିଖ ଦିନ ୨ଟାରେ ପ୍ରକାଶ ପାଇବ।

- Advertisement -

ଯେଉଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଆଗ୍ରହୀ ଥିବେ ସେମାନେ ଅକ୍ଟୋବର ୪ ଓ ୫ ତାରିଖରେ ତତ୍‌କ୍ଷଣାତ ମନୋନୟନ (ସ୍ପଟ୍) ନାମଲେଖା ପାଇଁ ପଞ୍ଜୀକରଣ କରିପାରିବେ। ଅକ୍ଟୋବର ୫ ସନ୍ଧ୍ୟା ୫ ଟାରେ ଏହାର ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀ ଅକ୍ଟୋବର ୭ ରେ ନାମ ଲେଖାଇବେ। ଅକ୍ଟୋବର ୮ ସୁଦ୍ଧା ସମ୍ପୂର୍ଣ୍ଣ ନାମଲେଖା ପ୍ରକ୍ରିୟା ଶେଷ ହେବ। ଆବେଦନ ତଥା ନାମଲେଖା ନେଇ କୌଣସି ସମସ୍ୟା ପାଇଁ ସହାୟତା ସଂଖ୍ୟା ୧୫୫୩୩୫/୧୮୦୦୩୪୫୬୭୭୦ ଜାରି କରାଯାଇଛି। ଏଠାରେ ଜଣେ ଅଧିକାରୀ ଉପସ୍ଥିତ ରହି ଅଭିଯୋଗର ସମାଧାନ ଦିଗରେ ସାହାଯ୍ୟ କରିବେ। ପ୍ରଥମଥର ପାଇଁ ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସୁବିଧା କରାଯାଇଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories