ଜାତିସଂଘରେ ଚୀନ୍‍ ଓ ପାକିସ୍ତାନକୁ ନିନ୍ଦା

ନୂଆଦିଲ୍ଲୀ: ଧାର୍ମିକ ସଂଖ୍ୟାଲଘୁ ସଂପ୍ରଦାୟକୁ ହଇରାଣ ହରକତ କରାଯାଉଥିବା ବିଷୟକୁ ନେଇ ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ଚୀନ୍‍ ଓ ପାକିସ୍ତାନକୁ ନିନ୍ଦା କରାଯାଇଛି। ଉଭୟ ଦେଶରେ ଖ୍ରୀଷ୍ଟଧର୍ମାବଲମ୍ବୀ, ଅହମ୍ମଦୀ, ଉଇଘୁଷ ଓ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଥିବା ବିଷୟକୁ ନେଇ ଆମେରିକା ଓ ବ୍ରିଟେନ୍‍ ତୀବ୍ର ସମାଲୋଚନା କରିଛନ୍ତି।

ଆମେରିକା ରାଷ୍ଟ୍ରଦୂତ ସାମୁଏଲ୍‍ ବ୍ରାଉନ୍‍ ବ୍ୟାକ୍‍ କହିଛନ୍ତି ଦେଶ ଭିତରେ ଓ ଦେଶ-ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତା ହାସଲ ପାଇଁ ଧାର୍ମିକ ସ୍ୱାଧୀନତା ନିହାତି ଜରୁରୀ। ସେ ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ହେଉଥିବା ନିର୍ଯାତନା ବିଷୟ ଉପସ୍ଥାପନ କରିଥିଲେ ଏବଂ ଚୀନରେ ଧାର୍ମିକ ସ୍ୱାଧୀନତା ପ୍ରତି କଟକଣା ଉପରେ ଉଦବେଗ ପ୍ରକାଶ କରିଥିଲେ। ଜାତିସଂଘ ମହାସଚିବ ଗୁଟେରସ ଏଭଳି ଆକ୍ରୋଶ ମନୋଭାବ ପରିହାର କରିବାକୁ ଆହ୍ୱାନ ଦେଇଛନ୍ତି।

Comments are closed.