ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଫେବୃଆରୀ ୨୪ରେ ଆସିବ ଭାରତର ପ୍ରଥମ ୫ଜି ସ୍ମାର୍ଟଫୋନ। ଯାହାର ନାମ ହେଉଛି ରିଅଲମି ଏକ୍ସ-୫୦ ପ୍ରୋ। ଏଥିରେ ଦମଦାର ପ୍ରୋସେସର ଏବଂ କ୍ୟାମେରା ସପୋର୍ଟ ମିଳିବ। ଏହାବ୍ୟତୀତ ଫୋନଟି ଆଣ୍ଡ୍ରଏଡ ୧୦ଅପରେଟିଂ ସିଷ୍ଟମରେ କାର୍ୟ୍ୟ କରିବ।
ରିଅଲମି ଏକ୍ସ୫୦ ପ୍ରୋ ୫ଜିର ୬ଜିବି ରାମ ଏବଂ ୨୫୬ଜିବି ଇଣ୍ଟରନାଲ ଷ୍ଟୋରେଜର ମୂଲ୍ୟ ୨୮ହଜାର ଟଙ୍କା ରଖାଯାଇଛି। ସେହିଭଳି ଏହାର ୮ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୨୫ହଜାର ୮୦୦ଟଙ୍କା ଏବଂ ଏହାର ୧୨ଜିବି ରାମ ଓ ୨୫୬ଜିବି ଷ୍ଟୋରେଜର ମୂଲ୍ୟ ୩୧ହଜାର ଟଙ୍କା।
ଏହି ଫୋନରେ ୬.୫୭ଇଞ୍ଚର ଆଇପିଏସ୍ ଏଚଡି ଡିସପ୍ଲେ ଦିଆଯାଇଛି। ଏହାସହିତ ଫୋନରେ ୭୬୫ଜିର ସପୋର୍ଟ ଦିଆଯାଇଛି।
ଫେବୃଆରୀ ୨୪ରେ ଭାରତୀୟ ବଜାରକୁ ଆସିବ ପ୍ରଥମ ୫ଜି ସ୍ମାର୍ଟଫୋନ ‘ରିଅଲମି ଏକ୍ସ୫୦ ପ୍ରୋ’
Popular Categories



