ବୌଦ୍ଧ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ
ବୌଦ୍ଧ : ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୯୭୫ ମସିହା ଜୁନ ୨୫ ତାରିଖରେ ଜରୁରୀ କାଳୀନ ପରିସ୍ଥିତିକୁ କଳା ଦିବସ ରୂପେ ପାଳନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ବରେ କଳା ଦିବସ ପାଳନ କରାଯାଇଛି । ୧୯୭୫ ଜୁନ ୨୫ ଭାରତୀୟ ଗଣତନ୍ତ୍ରରେ ଥିଲା ଅନ୍ଧକାରର ଯୁଗ । ସେତେବେଳର କଂଗ୍ରେସ ସରକାରଙ୍କ ଅଗଣତାନ୍ତ୍ରିକ ବାଇଶି ମାସର କଳା ଶାସନକୁ ଲୋକ ଲୋଚନକୁ ଆଣିବା ସହିତ ଆଗମୀ ଯୁବପିଢିକୁ ଭାରତରେ ଜରୁରୀ ପରିସ୍ଥିତି ବିଷୟ ଅବଗତ କରାଇବା ପାଇଁ ଆଜିର ଏହି ଜିଲ୍ଳା ସ୍ଥରୀୟ କଳା ଦିବସର ଆଭିମୁଖ୍ୟ ଥିଲା । କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିରୋଧୀ ଦଳ ନେତା ସଚ୍ଚିଦାନନ୍ଦ ଦଲାଲ ଯୋଗଦେଇ ଜରୁରୀ କାଳୀନ ପରିସ୍ଥିତିର ୧୫ ମାସର ଘଟଣାକୁ ବର୍ଣ୍ଣନା କରିଥିଲେ। ପ୍ରଥମେ ବେଆଇନ ମିଶା ଆଇନରେ ଗିରଫ ହୋଇ ୧୫ ମାସ ଜେଲ ଯାଇଥିବା ଥିବା ସଚ୍ଚିଦାନନ୍ଦ ଦଲାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଶାସନ କାଳରେ କିପରି ସମ୍ବିଧାନକୁ ସମ୍ମାନ ଜଣାଇ ଜନ ହିତକର ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ସବୁ କରି ଚାଲିଛନ୍ତି ସେ ସବୁକୁ ଲୋକ ଲୋଚନକୁ ଆଣିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ବକ୍ତାମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ କହ୍ନେଇ ଚରଣ, ମନ ରଞ୍ଜନ ଦାସ, ଶ୍ୟାମ ସୁନ୍ଦର ପୁରୋହିତ, ଶୁଶାନ୍ତ ବାଘ, ତାପସ ପଟ୍ଟନାୟକ, ନମିତା ରାଣୀ ଦାସ, ନିରଂଜନ ଦାନୀ, ହରିହର ବହିଦାର, ଯୀଶୁ ପ୍ରଧାନ, ହୃଷୀକେଶ ମେହେର, ମାନ ଭଞ୍ଜନ ସିଂ, ସିଦ୍ଧେଶ୍ୱର ପ୍ରଧାନ, ରାଜେଶ ନାୟକ, ବିଦୁ ଭୂଷଣ ଦାନୀ, କିଶୋର ସିଂ ପ୍ରମୁଖ ଯୋଗଦେଇଥିଲେ।
Comments are closed.