www.samajalive.in
Saturday, December 13, 2025
23.1 C
Bhubaneswar

ନାବାଳିକାକୁ ଗଛରେ ବାନ୍ଧି ମାଡ : ୧୭ ମହିଳା ଗିରଫ

ଖଲ୍ଲିକୋଟ : ରାଜ୍ୟରେ ନାବାଳିକା ନିର୍ଯାତନା ଓ ହତ୍ୟା ମାମଲାକୁ କେନ୍ଦ୍ରକରି ସାରା ରାଜ୍ୟରେ ତୁମ୍ବିତୋଫାନ ଲାଗି ରହିଥିବା ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମ ଦଳିତ ସାହିରେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ପ୍ରଜା କୋର୍ଟ ବସାଇ ଉଲଗ୍ନ କରି ଗଛରେ ବାନ୍ଧି ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଖଲ୍ଲିକୋଟ ଥାନାରେ ନାବାଳିକା ଜଣକ ଏତଲା ଦେଇଥିବା ଜଣାପଡିଛି | ଉକ୍ତ ନାବାଳିକା ଓ ତାଙ୍କ ସାନ ଭଉଣୀ ଜେଜେମା ପାଖରେ ରହି ପାଠ ପଢୁଛନ୍ତି। ନାବାଳିକାଂକ ବାପାଙ୍କ ମୃତ୍ୟୁ ହୋଇଛି ଏବଂ ମା’ ଜୀବିକା ଅର୍ଜନ ପାଇଁ ଭୁବନେଶ୍ୱରରେ ରହି ଆସୁଥିଲେ । ସେହି ଗ୍ରାମର ଜଣେ ଯୁବକ ଉକ୍ତ ନାବାଳିକାଙ୍କ ଘରକୁ ଯିବାଆସିବା ସନ୍ଦେହ କରି ଗତକାଲି ରାତି ୮ଟାରେ ଗ୍ରାମର ମହିଳା ଓ ପୁରୁଷ ଏକତ୍ର ହୋଇ ପ୍ରଜାକୋର୍ଟ ବସାଇ ଉକ୍ତ ନାବାଳିକାଙ୍କୁ ଗାଁ ମଝିରେ ଉଲଗ୍ନ କରି ଗଛରେ ବାନ୍ଧି ମାଡ ମାରିଥିବା ନାବାଳିକା ଜଣକ ଖଲ୍ଲିକୋଟ ଥାନାରେ ଶନିବାର ଦିନ ଏତଲା ଦେଇଛନ୍ତି। ଏତଲା ପାଇବା ପରେ ଖଲ୍ଲିକୋଟ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଏଏସଆଇ ସୁଶାନ୍ତକୁମାର ପ୍ରଧାନଙ୍କ ନେତୃତ୍ୱରେ ପୁଲିସ ବାହିନୀ ଉକ୍ତ ଗ୍ରାମରେ ପହଂଚି ରାତି ୮ଟା ବେଳେ ୧୭ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗ୍ରାମର ୧୫ ଜଣ ପୁରୁଷ ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ସୂତ୍ରରୁ ଜଣାପଡିଛି। ପୁଲିସ ପୋସ୍କୋ ଆଇନର ବିଭିନ୍ନ ଧାରାରେ ଉକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି। ନାବାଳିକା ଜଣକ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories