www.samajalive.in
Thursday, December 11, 2025
26.1 C
Bhubaneswar

ପୋଡ଼ାଗଲା ୨କୋଟିର ଗଞ୍ଜେଇ ଗଛ

ସୋରଡ଼ା.: କିଛି ଦିନ ହେଲା ଗଞ୍ଜାମ-ଗଜପତି ସୀମାନ୍ତରେ ଥିବା କେତେକ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲା ଅବକାରୀ ବିଭାଗ ଏବଂ ଆସିକା ସବ୍‌ଡିଭିଜନ୍‌ ପୁଲିସ୍‌ର ମିଳିତ ଉଦ୍ୟମରେ ସୋରଡ଼ା ବ୍ଳକ୍‌ ବଡଗଡ ଥାନା ଗୌଡ଼ଗୋଠ ପଂଚାୟତର ବିଭିନ୍ନ ଗ୍ରାମରେ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ପ୍ରାୟ ୮୦ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି।
ଆଦିବାସୀ ଅଧ୍ୟୁଷିତ ଅଂଚଳ ରୂପେ ପରିଚିତ ଗୌଡ଼ଗୋଠ ପଂଚାୟତକୁ ଲାଗିରହିଛି ପଡ଼ୋଶୀ ଗଜପତି ଜିଲା। ସୀମାନ୍ତର ବହୁ ଗ୍ରାମରେ ଗଞ୍ଜେଇ ଚାଷ କରାଯାଉଥିବା ଖବର ପାଇ ଆସିକା ଏସ୍‌ଡିପିଓ ସୂର୍ଯମଣି ପ୍ରଧାନ, ଗଞ୍ଜାମ ଅବକାରୀ ବିଭାଗ ଡେପ୍ୁଟି ଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି ଗୌଡଗୋଠ ପଂଚାୟତର ମୋହନା ରାସ୍ତାରେ ଥିବା କୁରୁବନ୍ଧ, ପେଡାପଦର, ଶଗଡ଼ବସା ଆଦି ଗ୍ରାମରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ପ୍ରାୟ ୮୦ ଏକର ଚାଷ ଜମିରେ ଥିବା ହଜାର ହଜାର ସଂଖ୍ୟାରେ ଗଂଜେଇ ଗଛକୁ କଟାଯିବା ସହିତ ପୋଡ଼ି ଦିଆଯାଇଥିଲା। ଚଢଉରେ ସୋରଡ଼ା ଥାନା ଅଧିକାରୀ ରମେଶକୁମାର ପ୍ରଧାନ, ଆସିକା ଥାନା ଅଧିକାରୀ ପ୍ରଶାନ୍ତକୁମାର ସାହୁ, ବଡଗଡ ଥାନା ଅଧିକାରୀ ପ୍ରତାପଚନ୍ଦ୍ର ତ୍ରିପାଠୀ, ଶେରଗଡ଼ ଥାନା ଅଧିକାରୀଙ୍କ ସମେତ ଆସିକା ଅବକାରୀ ବିଭାଗ ଅଧିକାରୀ ଧିରେନ୍ଦ୍ରକୁମାର ବେହେରା, ମହିଳା ଅଧିକାରୀ ପ୍ରିତିଧାରା ନାୟକ, ଏସ୍‌ଆଇ ଦୁର୍ଯୋଧନ ଦିଗାଲ, ଅବକାରୀ ଗୋଇନ୍ଦ ବିଭାଗ ବିଶ୍ୱଜିତ୍‌ ଦାଶ, ଏଏସ୍‌ଆଇ ଜେ.କେ.ନାୟକ ଏବଂ ସୋରଡ଼ା ଅବକାରୀ ବିଭାଗ ଅଧିକାରୀ ମୋହନ ପ୍ରଧାନ ସାମିଲ୍‌ ଥିଲେ। ଶନିବାର ସକାଳୁ ଉକ୍ତ ଅଚଂଳରେ ଚଢଉ କରାଯାଇ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ୧୦ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରି ଗଞ୍ଜେଇ ଚାଷକୁ ଠାବ କରାଯାଇ ନଷ୍ଟ କରାଯାଇଥିଲା। ଏହି ଚଢଉରେ ପ୍ରାୟ ୩୦୦ କର୍ମଚାରୀ ନିୟୋଜିତ ଥିବା ଅବକାରୀ ବିଭାଗ ଡେପୁଟି ଅଧିକ୍ଷକ କହିଛନ୍ତି। ଆଗାମୀ ଦିନରେ ଚଢଉ ଜୋରଦାର କରାଯିବ, ସ୍ଥାନୀୟ ଥାନା ଅଧିକାରୀଙ୍କ ସହାୟତାରେ ବିଭିନ୍ନ ଗ୍ରାମରେ ଗଞ୍ଜେଇ ଚାଷ ନକରିବା ପାଇଁ ଆଦିବାସୀଙ୍କୁ ସଚେତନ କରାଯାଉଛି ବୋଲି ଆସିକା ଏସ୍‌ଡିପିଓ ଶ୍ରୀ ପ୍ରଧାନ କହିଛନ୍ତି। ସୋରଡ଼ା ଅତିରିକ୍ତ ତହସିଲ୍‌ଦାର କୁରେଶୁଚନ୍ଦ୍ର ଜାନି, ବଡଗଡ ଥାନା ଏସ୍‌.ଆଇ ଦେବଦତ୍ତ ପ୍ରିୟଦର୍ଶୀ, ସୋରଡ଼ା ଥାନା ଏସ୍‌.ଆଇ ସୁନିଲ୍‌କୁମାର କଣ୍ଡୋଗୋରି ଉପସ୍ଥିତ ଥିଲେ।

Hot this week

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

Related Articles

Popular Categories