www.samajalive.in
Sunday, December 7, 2025
18.1 C
Bhubaneswar

ଶୌଚାଳୟ ନ ଥିବାରୁ ଗାଁ ଛାଡ଼ିଲେ ୧୬ ନବବଧୂ; କହିଲେ- ଶୌଚାଳୟ ନିର୍ମାଣ କର, ତା ପରେ ଗାଁକୁ ଫେରିବୁ

ଗାଁ ହେଉ କି ସହର, ସ୍ବଚ୍ଛ ଭାରତ ମିଶନରେ ସରକାର ଶୌଚାଳୟ ନିର୍ମାଣ କରିବାକୁ ବିପୁଳ ରାଶି ଅନୁଦାନ ଦେଉଛନ୍ତି । ତଥାପି ସ୍ବଚ୍ଛ ଭାରତ ମିଶନ କିଛି ସ୍ଥାନରେ କେବଳ ଫଳକରେ ଅଟକି ଯାଇଛି । ଉତ୍ତରପ୍ରଦେଶ ସରକାର ରାଜ୍ୟରେ ୧୦୦% ଶୌଚାଳୟ ନିର୍ମାଣ କରିଥିବା ଦାବି କରୁଛନ୍ତି, ମାତ୍ର ବିଡ଼ମ୍ବନା ହେଉଛି କୁଶୀନଗର ଜିଲାର ପଡ଼ରୌନା ବ୍ଲକ୍ ଅନ୍ତର୍ଗତ ଜଗଦୀପୁର ଗାଁରେ ଶୌଚାଳୟ ନ ଥିବାରୁ ଗାଁ ଛାଡ଼ିଛନ୍ତି ୧୬ ନବବଧୂ । ଏହି ନବବଧୂମାନେ ନିଜନିଜ ବାପାଙ୍କ ଘରକୁ ଚାଲି ଯାଇଛନ୍ତି । ଯେ ପର୍ଯ୍ୟନ୍ତ ଶାଶୂଘର ଲୋକେ ଶୌଚାଳୟ ନିର୍ମାଣ କରି ନାହାନ୍ତି ସେ ପର୍ଯ୍ୟନ୍ତ ଗାଁକୁ ଫେରିବେ କି ସ୍ବାମୀଙ୍କ ଘରେ ପାଦ ରଖିବେ ନାହିଁ  ବୋଲି ଶପଥ କରିଛନ୍ତି ।

ଘଟଣାଟି ହେଉଛି କୁଶୀନଗର ଭରପାଟିଆ ଟୋଲା ଅଞ୍ଚଳର । ଯେଉଁଠି କି ମହିଳାମାନଙ୍କୁ ଶୌଚ ହେବାକୁ ବାହାରକୁ ଯିବାକୁ ପଡ଼ିଥାଏ । ବର୍ଷାଦିନେ ବାହାରକୁ ଯିବାବେଳେ ଅନ୍ୟ ଘଟଣା ଘଟିବା ଓ ସାପ କାମୁଡ଼ିବାର ଆଶଙ୍କା ଥାଏ । ଏ ସମ୍ପର୍କରେ ବୋହୂମାନେ ନିଜନିଜ ଶଶୁରଘର ଲୋକଙ୍କୁ ଜଣାଇଥିଲେ । ମାତ୍ର ଏ ସମ୍ପର୍କରେ ଶଶୁରଘର ଲୋକ ବା ସ୍ବାମୀ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଏହି ମହିଳାମାନେ ନିଜ ବାପଘରକୁ ଚାଲି ଯାଇଛନ୍ତି । ସୂଚନା ମିଳିବା ପରେ ଜିଲା ପଞ୍ଚାୟତିରାଜ ଅଧିକାରୀ ଗାଁରେ ପହଞ୍ଚିଛନ୍ତି ଓ କାହିଁକି ଗାଁରେ ଏ ପର୍ଯ୍ୟନ୍ତ ଶୌଚାଳୟ ନିର୍ମାଣ ହୋଇନାହିଁ ତାହାର ତଦନ୍ତ ଆରମ୍ଭ କରିଛନ୍ତି ।

- Advertisement -
ବିବାହ ପୂର୍ବରୁ ରୀତା ରଖିଥିଲେ ଶୌଚାଳୟ ସର୍ତ
ଗ୍ରାମର ଜଣେ ମହିଳା ରୀତା କହିଛନ୍ତି ସେ ବିବାହ ପୂର୍ବରୁ ଶୌଚାଳୟ ନିର୍ମାଣ ସର୍ତ ରଖିଥିଲେ । ଶୌଚାଳୟ ନିର୍ମାଣ ନ ହେବା ପର୍ଯ୍ୟନ୍ତ ବିବାହ ହେବ ନାହିଁ ବୋଲି କହିଥିଲେ । ଶଶୁର ଘର ଲୋକମାନେ ଶୌଚାଳୟ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପରବର୍ତୀ ସମୟରେ ତାହାକୁ ଭୂଲି ଯାଇଥିଲେ । ତେଣୁ ସେ ଶଶୁର ଘର ଛାଡ଼ି ଚାଲି ଯାଉଛନ୍ତି ବୋଲି କହିଛନ୍ତି ରୀତା । ଯେ ପର୍ଯ୍ୟନ୍ତ ଶୌଚାଳୟ ନିର୍ମାଣ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଫେରିବେ ନାହିଁ ବୋଲି କହିଛନ୍ତି ।
ମହିଳାମାନଙ୍କ ଏହି ନିଷ୍ପତ୍ତିରେ କେବଳ ପରିବାର ଲୋକ ନୁହନ୍ତି, ଗ୍ରାମବାସୀଙ୍କୁ ମଧ୍ୟ ଅଡ଼ୁଆରେ ପକାଇଛି । ସେମାନେ ଗାଁର ବୋହୂମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନାହାନ୍ତି । ଶଶୁର ଘର ଲୋକମାନେ ବିବାହ ପରେ ତୁରନ୍ତ ଶୌଚାଳୟ ନିର୍ମାଣ କରିବାକୁ କହିଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ ନ କରିବାରୁ ଏପରି ପରିସ୍ଥିତି ଉପୁଜିଛି ।

ଗ୍ରାମ ପ୍ରଧାନ ରାମନରେଶ ଯାଦବ ସରକାରୀ ସୂଚୀରେ ନାଁ ନ ଥିବା କାରଣରୁ କିଛି ପରିବାରକୁ ଶୌଚାଳୟ ମିଳିନାହିଁ, କିଛି ମହିଳା ଗାଁ ଛାଡ଼ି ବାପଘରକୁ ଚାଲି ଯାଇଛନ୍ତି ବୋଲି ସ୍ବୀକାର କରିଛନ୍ତି । ଜିଲା ପଞ୍ଚାୟତିରାଜ ଅଧିକାରୀ ଆର୍.କେ.ତ୍ରିବେଦୀ ଗାଁରେ ସାମୁଦାୟିକ ଶୌଚାଳୟ ନିର୍ମାଣ କରାଯିବ ବୋଲି କହିଛନ୍ତି ଏବଂ କାହିଁକି ଶୌଚାଳୟ ନିର୍ମାଣ ହୋଇନାହିଁ ତାହାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories