www.samajalive.in
Monday, December 8, 2025
14.1 C
Bhubaneswar

୨୦୦୯ରୁ ଆମେରିକାରୁ ଫେରିଛନ୍ତି ୧୫୬୬୮ ଜଣ ବେଆଇନ ଭାରତୀୟ ପ୍ରବାସୀ

ଡେସ୍କ: ୨୦୦୯ ମସିହାରୁ ୧୫ ହଜାର ୬୬୮ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ଆମେରିକାରୁ ଭାରତକୁ ପ୍ରତ୍ୟାର୍ପଣ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ଆମେରିକାର ସାମରିକ ବିମାନରେ ଅମୃତସରରେ ଅବତରଣ କରିଥିବା ୧୦୪ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କ ପ୍ରତି ହୋଇଥିବା ବ୍ୟବହାରକୁ ନେଇ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିବା ପରେ ରାଜ୍ୟସଭାରେ ଏକ ବୟାନ ଦେଇ ଜୟଶଙ୍କର କହିଛନ୍ତି ଯେ ପ୍ରତ୍ୟାର୍ପଣ ପ୍ରକ୍ରିୟା ଅନେକ ବର୍ଷ ଧରି ଚାଲିଛି ଏବଂ ଏହା ନୂଆ ନୁହେଁ। ଭାରତୀୟ ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କ ନିକଟରେ ଉପଲବ୍ଧ ତଥ୍ୟକୁ ଉଦାହରଣ ଦେଇ ମନ୍ତ୍ରୀ କହିଛନ୍ତି ଯେ ୨୦୦୯ରେ ୭୩୪, ୨୦୧୦ରେ ୭୯୯, ୨୦୧୧ରେ ୫୯୭, ୨୦୧୨ରେ ୫୩୦ ଏବଂ ୨୦୧୩ରେ ୫୧୫ ଜଣଙ୍କୁ ଦେଶାନ୍ତର କରାଯାଇଥିଲା। ଜୟଶଙ୍କରଙ୍କ ବୟାନ ଅନୁଯାୟୀ, ୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ୫୯୧ ଜଣଙ୍କୁ ଦେଶାନ୍ତର କରାଯାଇଥିବା ବେଳେ ୨୦୧୫ରେ ୭୦୮ ଜଣଙ୍କୁ ଦେଶାନ୍ତର କରାଯାଇଥିଲା। ୨୦୧୬ରେ ମୋଟ ୧୩୦୩ ଜଣ, ୨୦୧୭ରେ ୧୦୨୪ ଜଣ, ୨୦୧୮ରେ ୧୧୮୦ ଜଣଙ୍କୁ ଦେଶାନ୍ତର କରାଯାଇଥିଲା।

୨୦୧୯ରେ ସର୍ବାଧିକ ୨୦୪୨ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ଦେଶକୁ ଫେରାଇ ଦିଆଯାଇଥିଲା। ୨୦୨୦ରେ ଦେଶାନ୍ତର ସଂଖ୍ୟା ଥିଲା ୧,୮୮୯; ୨୦୨୧ରେ ୮୦୫; ୨୦୨୨ରେ ୮୬୨; ୨୦୨୩ରେ ୬୧୭; ଗତବର୍ଷ ୧୩୬୮ ଓ ଚଳିତ ବର୍ଷ ୧୦୪ ଜଣ ଫେରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories