www.samajalive.in
Monday, December 8, 2025
13.1 C
Bhubaneswar

ଗଞ୍ଜେଇ ଚାଲାଣ ଯୋଜନା ଭଣ୍ଡୁର : ୧୧୭ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡା ବ୍ଲକ ପରମପାଙ୍ଗା ପଞ୍ଚାୟତରେ ବାଲିଗୁଡା ଥାନା ଏସଆଇ ପ୍ରମୋଦ କୁମାର ଜେନାଙ୍କ ସହ ପୁଲିସ ପାଟ୍ରୋଲିଂ କରୁଥିଲେ। ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟକୁ ବଡ଼ ଧରଣର ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ଖବର ପାଇଥିଲା। ଏହାପରେ ପରମପାଙ୍ଗା ପଞ୍ଚାୟତର କିଲୁପଡା ଗ୍ରାମରେ ପୁଲିସ ଅଚାନକ ପହଞ୍ଚି ଗଞ୍ଜେଇ ଚାଲାଣକୁ ଭଣ୍ଡୁର କରିଥିଲା ବୋଲିବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ ପ୍ରକାଶ କରିଛନ୍ତି।

କିଲୁପଡା ଗ୍ରାମର ପୂଜୁରା ଦିଗାଲ ଓ ପାଉଲ ଦିଗାଲ ଙ୍କ ବାଡ଼ି ପଛ ପାଖ ଜଙ୍ଗଲରେ ୬ ଟି ବସ୍ତାରେ ୧୧୭ କେଜି ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ପୂଜୁରା ଦିଗାଲଙ୍କୁ ପୁଲିସ କେଶ ନଂ. ୫୦/୨୫ ପ୍ରକାରେ ଗିରଫ କରିଥିବା ବେଳେ ପାଉଲ ଦିଗାଲ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। ଏହି ଖବର ପାଇ ବାଲିଗୁଡା ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ଓ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ସାହୁ ଏସଆଇ ପ୍ରମୋଦ କୁମାର ଜେନାଙ୍କ ସହ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories