www.samajalive.in
Saturday, December 6, 2025
15.1 C
Bhubaneswar

ଷ୍ଟଲ୍‌ରେ ୧୧୦ ପ୍ରକାର ଚା’

ଖାଦ୍ୟ ବିଶେଷଜ୍ଞ ପ୍ରତ୍ୟେକ ବର୍ଗର ଲୋକଙ୍କୁ ବାରମ୍ବାର ସଚେତନ କରାଉଛନ୍ତି ଯେ ଦିନକୁ ଅତିବେଶୀରେ ୨ଥର ଚା’ ପିଇବା ଉଚିତ। ଅଧିକ ଥର ଚା’ ପିଇଲେ ତାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏ ସବୁ ପରାମର୍ଶ ଜାଣିବା ପରେ ମଧ୍ୟ ଆମ ଭାରତୀୟ ଲୋକ ଚା’ ମୋହରୁ ବର୍ତ୍ତମାନ ପର୍ଯ୍ୟନ୍ତ ବାହରି ପାରୁନାହାନ୍ତି। ଛତିଶଗଡ଼ର ରାୟପୁରଠାରେ ନିକଟରେ ଖୋଲାଯାଇଛି ଚା’ ଷ୍ଟଲ୍ ‘ ଦ ତଫରିହ’। ସହରର ପ୍ରମୁଖ ପ୍ରାନ୍ତରେ ଏଇ ଦୋକାନର ୪ଟି ଷ୍ଟଲ୍ ରହିଛି। ୪ଜଣ ଯୁବପିଢ଼ି କାଜଲ ବର୍ମା, ଇରଫାନ୍ ଅହମ୍ମଦ, ପ୍ରିୟାଂଶ, ଉମେଶ ଏହାର ଶୁଭାରମ୍ଭ କରିଛନ୍ତି। କାଜଲଙ୍କ କହିବାନୁସାରେ ରାୟପୁରର ଏକ ପଞ୍ଚତାରକା ହୋଟେଲରେ ମୋଟ୍ ୬ ପ୍ରକାରର ଚା’ ମିଳୁଥିବାବେଳେ ସେସବୁର ମୂଲ୍ୟ ୬୦ ଟଙ୍କାରୁ ଆରମ୍ଭ ହୋଇ ୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଅନ୍ୟପାଖେ ତାଙ୍କ ଟି’ଷ୍ଟଲ୍୍‌ରେ ମୋଟ ୧୧୦ ପ୍ରକାରର ଚା’ ମିଳୁଛି ଓ ସେଗୁଡ଼ିକର ମୂଲ୍ୟ ୧୫ ଟଙ୍କାରୁ ୭୫ ଟଙ୍କା ମଧ୍ୟରେ ରହିଛି। କେବଳ ଗରମ ଚା’ ନୁହେଁ, ଏଠାରେ ଥଣ୍ଡା ଚା’ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ। କୋଲା ଚା’, ଆମ୍ବ ଚା, ବିଭିନ୍ନ ଫୁଲର ଚା’ ମଧ୍ୟ ଏଠାରେ ମିଳୁଥିବାର ପ୍ରକାଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories