କେନ୍ଦୁଝରର ୧୧ ବ୍ଲାକ୍‌‌ବେଲ୍ଟଧାରୀ ସମ୍ବର୍ଦ୍ଧିିତ

ଓଡିଶା ତାଏକୋଣ୍ଡ ଆସୋସିଏସନ ପକ୍ଷରୁ ରାଜ୍ୟସ୍ତରୀୟ ବ୍ଲାକ୍‌‌ବେଲ୍ଟ ପରୀକ୍ଷା

କେନ୍ଦୁଝରଗଡ଼ : କଟକ ବାରବାଟୀ ଷ୍ଟାଡିୟମ  କ୍ଲବହାଉସ୍‌‌ରେ ଚଳିତମାସ ୧୦ ତାରିଖରେ ଓଡିଶା ତାଏକୋଣ୍ଡ ଆସୋସିଏସନ ଏବଂ ଓଡିଶା ତାଏକୋଣ୍ଡ ଟ୍ରେନିଂ ସେଣ୍ଟର ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ଲାକ୍‌‌ବେଲ୍ଟ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା କେନ୍ଦୁଝରର ୧୧ଜଣ ଖେଳାଳୀଙ୍କୁ ସମ୍ବର୍ଦ୍ଧିିତ କରାଯାଇଛି । ଅର୍ନ୍ତଜାତୀୟ ତାଏକୋଣ୍ଡ ଗ୍ରାଣ୍ଡମାଷ୍ଟର ପ୍ରଥମଶ୍ରେଣୀ ରେଫରୀ ତଥା ଓଡିଶା ତାଏକୋଣ୍ଡ ଆସୋସିଏସନ ସମ୍ପାଦକ ଗୋପାଳ ଚନ୍ଦ୍ର ରାୟ ସମସ୍ତ କୃତୀ ଖେଳାଳୀଙ୍କୁ ୱାଲ୍ଡ ତାଏକୋଣ୍ଡ ହେଡକ୍ୱାଟର୍ସ କୁକି ୱାନ (ସାଉଥ କୋରିଆ) ଦ୍ୱାରା ପ୍ରଦତ୍ତ ବ୍ଲାକ୍‌‌ବେଲ୍ଟ ପ୍ରାମଣପତ୍ର ପ୍ରଦାନ ସହ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିିତ କରିଥିଲେ। ଏହି ସମସ୍ତ ୧୧ଜଣ ଖେଳାଳୀ ଉତ୍କର୍ଷ କ୍ରୀଡାନୈପୂଣ୍ୟ ପ୍ରଦର୍ଶନ କରି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି ଶ୍ରୀ ରାୟ କହିଥିଲେ।

ବ୍ଲାକ୍‌‌ବେଲ୍ଟ ସମ୍ବର୍ଦ୍ଧିତ ହୋଇଥିବା ଏହି ଖେଳାଳୀମାନେ ହେଲେ ଆଦ୍ୟାଶା ଲାୟକ, ଲିପ୍ସା ପ୍ରିୟଦର୍ଶିନୀ ମହାନ୍ତ, ଶ୍ରେୟାଶ୍ରୀ ଦାଶ, ଆସ୍ଥାମଣୀ ମାଝୀ, ପାର୍ଥସାରଥୀ ସାହୁ, ଦେବରାଜ ସାହୁ, ଶୁଭମ ନାୟକ, ଏମ୍‌‌.ଡି. ସାହିଲ, ଅବିନାଶ ନାଏକ, ଅଭିଜିତ ନାୟକ ଓ ସୋନୁ ସାହୁ । କେନ୍ଦୁଝର ଆମେଚର ତାଏକୋଣ୍ଡ ଆସୋସିଏସନ ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ ଓ ବ୍ଲାକ୍‌‌ବେଲ୍ଟ ଦିଗବିଜୟ ବେହେରା ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ସମସ୍ତ କୃତୀ ଖେଳାଳୀଙ୍କୁ କେନ୍ଦୁଝର ଷ୍ଟାଡିୟମରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କେନ୍ଦୁଝର ଆମେଚର ତାଏକୋଣ୍ଡ ଆସୋସିଏସନ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ଅନୁଷ୍ଠାନର ବରିଷ୍ଠ ବ୍ଲାକ୍‌‌ବେଲ୍ଟ ପ୍ରଶିକ୍ଷକ ଟଙ୍କଧର ନାଏକ, ଏମ୍‌‌.ଡି ସକିଲ, ମନୋଜ ପାତ୍ର, ଅମ୍ବିତ ହାଁସଦା, ସ୍ମୃତିଲବ୍ଧା ନାୟକ ଓ ସ୍ଥିତିପ୍ରଜ୍ଞା ଗିରି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.