ମୋଦୀ ସରକାରରେ ସ୍ୱଚ୍ଛ ଇନ୍ଧନ ଭିତ୍ତିଭୂମିରେ ଦ୍ରୁତ ପରିବର୍ତନ ହୋଇଛି : ଧର୍ମେନ୍ଦ୍ର ପ୍ରଧାନ

୧୦ମ ସିଜିଡି ବିଡିଂ ରାଉଣ୍ଡର କାର୍ଯ୍ୟ ପ୍ରାରମ୍ଭ

– ସ୍ୱଚ୍ଛ ଏବଂ ସବୁଜ ଭାରତ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ
-୨୦୧୪ରୁ ସିଟି ଗ୍ୟାସ ବିତରଣ (ସିଜିଡି) ନେଟୱାର୍କର ବିସ୍ତାର ସାରା ଦେଶରେ ୩୪ ଜିଏରୁ ୨୮୮ ଜିଏ ପର୍ଯ୍ୟନ୍ତ କରାଯାଇଛି
-୨୦୧୪ରୁ ଘରୋଇ ପିଏନଜି ସଂଯୋଗ ସଂଖ୍ୟା ୨୫.୪ ଲକ୍ଷ ଉପଭୋକ୍ତାରୁ ବଢି ୫୦.୪୩ ଲକ୍ଷରେ ପହଁଚିଛି
-ପରିବେଶ ସଂରକ୍ଷଣରେ ପ୍ରାକୃତିକ ଗ୍ୟାସ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଯୁବବର୍ଗଙ୍କ ପାଇଁ ନୂଆ ଅର୍ଥନୀତି ଏବଂ ରୋଜଗାରର ସୁଯୋଗ ପ୍ରଦାନ କରୁଛି
ନୂଆଦିଲ୍ଲୀ :  ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଦେଶରେ ସ୍ୱଚ୍ଛ ଇନ୍ଧନର ଭିତିଭୂମିରେ ଦ୍ରୁତ ପରିବର୍ତନ ହୋଇଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ୧୦ମ ସିଜିଡି ବିଡିଂ ରାଉଣ୍ଡ କାର୍ଯ୍ୟ ପ୍ରାରମ୍ଭ ଅବସରରେ ଶକ୍ତି ବିଭାଗର ଅଂଶୀଦାର ଓ ବିଶେଷଜ୍ଞ ମାନଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଦେଶରେ ସ୍ୱଚ୍ଛ ଇନ୍ଧନକୁ ଦ୍ରୁତ ଗତି ଦେବା ଏବଂ ଦେଶକୁ ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥା ବନାଇବା ଦିଗରେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ
ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

Image Source : PIB

କେନ୍ଦ୍ର ସରକାର ଏକ ସ୍ୱଚ୍ଛ ଏବଂ ସବୁଜ ଭାରତ ନିର୍ମାଣ ପାଇଁ ଦେଶରେ ସ୍ୱଚ୍ଛ ଇନ୍ଧନର ବିକାଶ ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାରଙ୍କ ପ୍ରଥମ ବର୍ଷ ତଥା ୨୦୧୪ରୁ ସିଟି ଗ୍ୟାସ ବିତରଣ (ସିଜିଡି) ନେଟୱାର୍କର ବିସ୍ତାର ସାରା ଦେଶରେ ୩୪ ଜିଏରୁ ୨୮୮ ଜିଏ ପର୍ଯ୍ୟନ୍ତ କରାଯାଇଛି। ଯାହା ଦେଶର ଭୌଗଳିକର ପ୍ରାୟ ୫୦ ପ୍ରତିଶତ ଏବଂ ଭାରତୀୟ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତକୁ ଆଚ୍ଛାଦିତ କରୁଛି।
ମୋଦୀ ସରକାରରେ ଦେଶରେ ଘରୋଇ ପିଏନଜି ସଂଯୋଗ କ୍ଷେତ୍ରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ୨୦୧୪ରୁ ଘରୋଇ ପିଏନଜି ସଂଯୋଗ ସଂଖ୍ୟା ୨୫.୪ ଲକ୍ଷ ଉପଭୋକ୍ତାରୁ ବଢି ୫୦.୪୩ ଲକ୍ଷରେ ପହଁଚିଛି। ସେହିଭଳି ପରିବେଶ ସଂରକ୍ଷଣରେ ମଧ୍ୟ ପ୍ରାକୃତିକ ଗ୍ୟାସ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହା ଯୁବବର୍ଗଙ୍କ ପାଇଁ ନୂଆ ଅର୍ଥନୀତି ଏବଂ ରୋଜଗାରର ସୁଯୋଗ ପ୍ରଦାନ କରୁଛିା ବିଶ୍ୱର ଦାୟିତ୍ୱପୂର୍ଣ୍ଣ ଦେଶ ଭାବରେ ଭାରତ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରାକୁ ହ୍ରାସ କରିବା ନିମନ୍ତେ ସିଓପି ୨୧ର ପ୍ରତିଶ୍ରୁତି ଦିଗରେ କାର୍ଯ୍ୟରତ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.