www.samajalive.in
Saturday, December 6, 2025
16.1 C
Bhubaneswar

ଦିବଂଗତ କର୍ମଚାରୀଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ୧୦୮ କର୍ମଚାରୀ ସଂଘ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଧାନବେଣି ଗ୍ରାମର ରାଜେନ୍ଦ୍ର ମହାନ୍ତ(୩୨) ଗତ ୪ ତାରିଖରେ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ରାଜେନ୍ଦ୍ର ମହାନ୍ତ ଘଟଗାଁ ୧୦୮ରେ ଚାଳକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ଶୁଦ୍ଧିକ୍ରିୟା ଖବର ପାଇ ୧୦୮ କର୍ମଚାରୀ ବିପିନ୍ ବିହାରୀ ମହାନ୍ତ, ଧୀରେନ ମହାନ୍ତ, ଗିରିଧାରି ଲୋହାର, ମାନସ ଲୋହାର, ରମଣି ମହାନ୍ତ ଏବଂ ଯୁଧିଷ୍ଠିର ମହାନ୍ତ ଧାନବେଣୀ ଗ୍ରାମରେ ପହଞ୍ଚି ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ଜିଲ୍ଲାର ସବୁ ୧୦୮ କର୍ମଚାରୀ ମାନେ ମିଶି ଆଦାୟ କରିଥିବା ୩୩ ହଜାର ୮ ଶହ ଟଙ୍କା ପ୍ରଦାନ କରିଥିଲେ। କମ୍ପାନୀ ତରଫରୁ କେନ୍ଦୁଝର ଜିଲ୍ଲା ସିଏଲ ତପନ କୁମାର ପତି ପହଞ୍ଚି ଯଥାଶୀଘ୍ର ତାଙ୍କ ପରିବାରକୁ ଦେଢ ଲକ୍ଷ ଟଙ୍କା ପ୍ରଦାନ କରାଯିବ ଏବଂ ତାଙ୍କ ସ୍ତ୍ରୀଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories