କାରରେ ଛେଳି ଚୋରି, ୩ ଗିରଫ

ପାଟଣା: ଗତକାଲି ସାହାରପଡ଼ା ବ୍ଲକ ଗଦଗଦି ନିକଟରୁ ଛେଳି ଚୋରି କରି କାରରେ ନେଇଯାଉଥିବା କାର ଚାଳକ ଓ ଅନ୍ୟ ୨ ଜଣଙ୍କୁ ପାଟଣା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଛେଳି ଚୋରି ସମ୍ପର୍କରେ ଦଶରଥ ମହାନ୍ତ(୨୪) ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ଥାନାରେ ଏକ ମାମଲା (୨୩୮/୨୦୨୪) ରୁଜୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ଛେଳି ଏକ କାରକୁ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ହେଲେ ସତ୍ୟପ୍ରିୟ ପହି(୫୭), ଟାଉନ ଥାନା ଠାକୁରପାଟଣାର ସପନ କୁମାର ପହି(୩୦), ପାଟଣା ଥାନା ଉଦୟପୁର ଗ୍ରାମର ଅଶୋକ ଓରଫ କାଳିଆ ମହାପାତ୍ର (୪୫) ବୋଲି ଜଣାପଡିଛି।

Comments are closed.