ଭାରତୀୟ ବଜାରକୁ ଆସିଲା ୧୦୦ଇଞ୍ଚ୍‍ର ଟିଭି, ମୂଲ୍ୟ ୨୦ ଲକ୍ଷ ଟଙ୍କା

0

ନୂଆଦିଲ୍ଲୀ : ‘ଭିୟୁ’ ଭାରତୀୟ ବଜାରରେ ନିଜର ଏକ ନୂଆ ଟିଭି ଭିୟୁ-୧୦୦ଲଞ୍ଚ୍‍ କରିଛି। ଏଥିରେ ୪-କେ ରିଜୋଲ୍ୟୁସନ୍‍ ସହିତ ଏଚଡିଆର୍‍  ସପୋର୍ଟ ଦିଆଯାଇଛି। ଏହା ବ୍ୟତୀତ ଏହି ଟିଭିର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଜେବିଏଲର୍‍ ବୁଫର ଏବଂ ସ୍ପିକର ଦିଆଯାଇଛି। ଯାହା ଡଲ୍‌ବି ଅଡିଓକୁ ସପୋର୍ଟ କରିଥାଏ। ଏହି ଟିଭିର ମୂଲ୍ୟ ୨୦ଲକ୍ଷ ଟଙ୍କା। ଏହାର ବିକ୍ରି ଭିୟୁର ଫ୍ଲାଗସିପ୍‍ ଷ୍ଟୋରରୁ ହେବ।
ଭିୟୁ ୧୦୦ ଟିଭିରେ ଆଇପିଏସ୍‍ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ୍‍ ୩୮୪୦/୨୧୬୦ପିକ୍ସେଲ୍‍। ଏଥିରେ ୨.୫ ଅରବ ରଙ୍ଗର ସପୋର୍ଟ ମିଳିବ। ଏହାବ୍ୟତୀତ ଡାଇନାମିକ୍‍ କନଷ୍ଟ୍ରାଟ, ଅଲଟ୍ରା ସ୍ମୁଥ୍‍ ମୋଶନ୍‍ କଣ୍ଟ୍ରୋଲ୍‍ ଏବଂ ଏମ୍‍ପିଇଜି ନଏଜ୍‍ କଣ୍ଟ୍ରୋଲ ମିଳିବ। ଏହା ଆଣ୍ଡ୍ରଏଡ୍‍ ଓରିଓ ୮.୦ରେ ଚାଲିଥାଏ ଏବଂ ଏଥିରେ ୨.୫ଜିବି ରାମ୍‍ ସହିତ କ୍ୱାଡାକର ପ୍ରୋସେସର ଦିଆଯାଇଛି।
ଏହି ଟିଭିରେ ୧୬ଜିବି ଷ୍ଟୋରେଜ୍‍ ପାଇପାରିବେ ଏବଂ ଏଥିରେ ନେଟଫ୍ଲିକ୍ସ, ଆମାଜନ୍‍ ପ୍ରାଇମ୍‍ ଭିଡିଓ ଭଳି ଆପ ପୂର୍ବରୁ ଇନଷ୍ଟଲ ଥିବା ପାଇପାରିବେ । ଏହାସହିତ ଗୁଗୁଲ ପ୍ଲେଷ୍ଟୋର ଏବଂ ଗୁଗୁଲ ଆସିଷ୍ଟାଣ୍ଟର ସପୋର୍ଟ ମଧ୍ୟ ପାଇପାରିବେ। ଏଥିରେ ୪କେ ଭିଡିଓକୁ ୟୁଏସବି ସହାୟତାରେ ଚଲାଇପାରିବେ। ଏହି ଟିଭିରେ କ୍ରୋମକାଷ୍ଟ, ୱାଇ-ଫାଇ ଏବଂ ଏଚଡିଏମ୍‍ଆଇ୨.୦ପୋର୍ଟସ ମଧ୍ୟ ରହିଛି।

Leave A Reply