www.samajalive.in
Saturday, December 6, 2025
17.1 C
Bhubaneswar

କୃଷି ଆଇନକୁ ୧୦ କୃଷକ ସଂଗଠନର ସମର୍ଥନ, କୃଷି ମନ୍ତ୍ରୀଙ୍କୁ ଭେଟିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି ନୂଆ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଚାଲିଥିବା ଚାଷୀ ଆନ୍ଦୋଳନ ସୋମବାର ୧୯ ଦିନରେ ପହଞ୍ଚିଛି। ଆଜି ଦେଶବ୍ୟାପୀ ଜିଲା ମୁଖ୍ୟାଳୟରେ ଚାଷୀମାନେ ବିକ୍ଷୋଭ କରୁଛନ୍ତି। ଏପରି ସ୍ଥିତିରେ ୧୦ଟି କୃଷକ ସଂଗଠନ ସରକାରଙ୍କ କୃଷି ଆଇନକୁ ସମର୍ଥନ ଜଣାଇଛନ୍ତି। ସେମାନେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ନିଜର ସମର୍ଥନ ଜଣାଇଛନ୍ତି।


କୃଷି ଆଇନକୁ ସମର୍ଥନ କରିଥିବା ୧୦ ସଂଗଠନ ହେଉଛନ୍ତି ଉତ୍ତର ପ୍ରଦେଶ, କେରଳ, ତାମିଲନାଡୁ, ତେଲେଙ୍ଗାନା, ବିହାର ଏବଂ ହରିୟାଣା ରାଜ୍ୟର। ଏସବୁ ସଂଗଠନ ସର୍ବଭାରତୀୟ ସମନ୍ବୟ କମିଟି ସହିତ ଜଡ଼ିତ ରହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୃଷି ଆଇନ ସପକ୍ଷରେ ମନ୍ତବ୍ୟ ଦେଇ କହିଛନ୍ତି, କୃଷି ଏପରି ଏକ କ୍ଷେତ୍ର, ଯାହା କରୋନାର ଖରାପ ପ୍ରଭାବରୁ ରକ୍ଷା ପାଇଥିଲା। ଆମର ଭଲ ଅମଳ ହୋଇଛି ଏବଂ ଗୋଦାମ ଶସ୍ୟରେ ପରିପୂର୍ଣ୍ଣ ରହିଛି। ଆମର କୃଷି କ୍ଷେତ୍ର ବିରୋଧରେ କୌଣସି ପଦକ୍ଷେପ ନେବା କଥା କେହି ଚିନ୍ତା କରିପାରିବ ନାହିଁ | ସମସ୍ତ କୃଷି ସଂସ୍କାର କୃଷକଙ୍କ ସ୍ୱାର୍ଥରେ ରହିଛି ବୋଲି ସିଂହ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ୩ଟି ଯାକ ନୂଆ କୃଷି ଆଇନ ବିରୋଧରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆଇନଗୁଡ଼ିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ଦାବି କରି ଚାଷୀମାନେ ଦିଲ୍ଲୀ ସୀମାରେ ଏକାଠି ହୋଇ ଅହୋରାତ୍ର ଧାରଣା ଚଳାଇଛନ୍ତି। ପ୍ରବଳ ବିରୋଧ ପରେ କେନ୍ଦ୍ର ସରକାର ଆଇନରେ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଚାଷୀ ସଂଗଠନଗୁଡ଼ିକର ପ୍ରତିନିଧିମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories