www.samajalive.in
Saturday, December 6, 2025
17.1 C
Bhubaneswar

ଅନଶନରୁ ହଟିଲେ ସୂଚନା ଅଧିକାର କର୍ମୀ ନକୂଳ ପ୍ରଧାନ

ବାଙ୍କୀ : ଡମପଡା ବ୍ଲକ ଅଧିନ ଡଁସର ପଞ୍ଚାୟତର ସାମାଜିକ କର୍ମୀ ତଥା ସୂଚନା ଅଧିକାର କର୍ମୀ ନକୂଳ ପ୍ରଧାନ ଢଁସର ପଞ୍ଚାୟତରେ ହୋଇଥିବା ଦୁର୍ନିତୀ ବିରୋଧରେ ତଦନ୍ତ ଦାବୀ ଓ ସୂଚନା ଅଧିକାର ଆଇନ ଅନୁଯାୟୀ ମଗାଯାଇଥିବା ତଥ୍ୟ ନମିଳିବାରୁ ଗତ ଶୁକ୍ରବାରଠାରୁ ତଦନ୍ତ ଦାବୀରେ ଡମପଡା ବ୍ଲକ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ଅନଶନରେ ବସିଥିଲେ। ଗତ ୩ଦିନ ମଧ୍ୟରେ ପ୍ରଶାସନିକ ତତ୍ପରତା ନପାଇବାରୁ ସୋମବାର ଦିନ ପୂର୍ବାହ୍ନରେ ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ରାଜ୍ୟ ସ୍ତରୀୟ କଂଗ୍ରେସର ବରିଷ୍ଠ ନେତୃତ୍ୱମାନେ ଉପସ୍ଥିତ ରହି ଡମପଡା ବ୍ଲକରେ ହୋଇଥିବା ଦୁର୍ନିତୀ ବିରୋଧରେ ଶ୍ୱର ଉଠାଇ ସୂଚନା ଅଧିକାର କର୍ମୀ ନକୂଳ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇବା ସହିତ ତଦନ୍ତ ଦାବୀ କରିଛନ୍ତି। ବରିଷ୍ଠ ନେତୃମାନଙ୍କ ମଧ୍ୟରେ ତାରାପ୍ରସାଦ ବାହିନୀ ପତି, ବାପି ସର୍କଲ, ସଂଗ୍ରାମ ଜେନା, ମାନସ ଚୌଧୁରୀ, ଯୁବ କଂଗ୍ରେସ ପୂର୍ବତନ ସଭାପତି ରଞ୍ଜନ ଚୌଧୁରୀ, ରାଜୀବ ପଟ୍ଟନାୟକ, ୟାସିର ନବାବ୍‍ ପ୍ରମୁଖ ବହୁ ବରିଷ୍ଠ ଓ ବିଶିଷ୍ଠ କଂଗ୍ରେସ ପଦାଧିକାରୀ ଉପସ୍ଥିତ ଥିଲେ। ମଧ୍ୟାହ୍ନରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଅନଶନ ସ୍ଥଳରେ ଉପସ୍ଥିତ ରହି ଅନଶନକାରୀଙ୍କଠାରୁ ଦାବୀପତ୍ର ଗ୍ରହଣ କରି ଘଟଣାର ତଦନ୍ତ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ପ୍ରତିଶୃତି ଦେଲାପରେ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ନକୂଳ ପ୍ରଧାନ ଅନଶନରୁ ହଟିଥିବା ସୂଚନା ମିଳିଛି। ବାଙ୍କୀ କଂଗ୍ରେସ କମିଟିର ବିଶ୍ୱ ରଞ୍ଜନ ପଣ୍ଡା, ଭାବଗ୍ରାହୀ ସ୍ୱାଇଁ, କୁବେର ଚୌଧୁରୀ, ତ୍ରିନାଥ ପ୍ରଧାନ, ଅର୍ଜୁନ ପ୍ରଧାନ, ତ୍ରିନାଥ ଜେନା, ପ୍ରକାଶ କୁମାର ସାହୁ, ବଶନ୍ତ ରାଉତ, ପବିତ୍ର ମୋହନ ଦାସ, ନୀଳମଣି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories