www.samajalive.in
Sunday, December 7, 2025
26.1 C
Bhubaneswar

ଅତାବିରା ବ୍ଲକ ମାଟ୍ରିକ ଫଳାଫଳ ୯୭.୯୫ ପ୍ରତିଶତ ; ୭ଜଣ ଏ୧

ରେଙ୍ଗାଲିକ୍ୟାମ୍ପ  : ଚଳିତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ଫଳାଫଳ ପ୍ରକାଶିତ ହେବା ପରେ ଅଞ୍ଚଳରେ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି। କରୋନା ଯୋଗୁ ହାଇ ସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ବାତିଲ କରାଯାଇ ତାଙ୍କର ପୂର୍ବ ବର୍ଷର ତଥା ଦଶମ ଶ୍ରେଣୀରେ ହୋଇଥିବା ୪ଟି ଅଭ୍ୟାସ ମୂଳକ ପରୀକ୍ଷାର ମାର୍କକୁ ନେଇ ଛାତ୍ର ଛାତ୍ରୀ ମାନଙ୍କର ଆକଳନ କରାଯିବାକୁ ନେଇ ସରକାରଙ୍କ ନିର୍ଦ୍ଦେଶ ଘୋଷଣା ହେବା ଦିନ ଠାରୁ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ଚିନ୍ତିତ ହୋଇପଡ଼ିଥିଲେ।
ଫଳାଫଳ ବାହାରିବା ପରେ ସମସ୍ତେ ଆଶ୍ୱସ୍ତି ଲାଭ କରିଛନ୍ତି । ଫଳାଫଳ ଆଶାତୀତ ଭଲ ହୋଇଥିବା ଜଣାପଡିଛି।
ଚଳିତ ବର୍ଷ ଅତାବିରା ବ୍ଲକ ରେ ମୋଟ ୧୯୨୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୮୮୦ ଜଣ ପାସ କରିଛନ୍ତି । ସେମାନଙ୍କ ଭିତରୁ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ୫ ଜଣ ଏ୧ ଓ ଟୋପ ହାଇସ୍କୁଲର ୨ଜଣ ଏ୧ ମୋଟ ୭ ଜଣ ଏ୧, ୬୧ ଜଣ ଏ୨ , ୬୮ ଜଣ ବି୧ ,୧୫୦ ଜଣ ବି୨ ,୩୩୪ଜଣ ସି ଓ ୧୨୬୦ ଜଣ ଡି ଓ ଇ ପାଇଛନ୍ତି। ଏପ୧ପାଇଥିବା ଛାତ୍ର ଛାତ୍ରୀ ମାନେ ହେଲେ ଅରବିନ୍ଦ ଶିକ୍ଷା କେନ୍ଦ୍ରର ରୋସନ ବିଶି ୫୫୧ ମାର୍କ ରଖି ବ୍ଲକ ଟପ୍ପର ହୋଇଥିବା ବେଳେ ଅୟୁସ୍ମିତା ବାରିକ୍ ୫୫୦,ସ୍ଵାତୀ ସାହୁ ୫୪୯,,ପ୍ରତ୍ୟୁଷ କୁମାର ଦାସ ୫୪୧, ପ୍ରିତମ ସୁନା ୫୪୧ ମାର୍କ ରଖିଛନ୍ତି।ଠିକ୍ ସେହିପରି ଟୋପ ହାଇସ୍କୁଲ ର ସ୍ପନ୍ଦନ ପାତ୍ର ୫୪୭ ଓ ଶ୍ରୀତମ ଦେହେରୀ ୫୪୦ ମାର୍କ ରଖିଛନ୍ତି। ଅତାବିରା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏହି ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories