www.samajalive.in
Monday, December 15, 2025
14.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ: ୧୦ ମୃତ

ସମାଜଲାଇଭ ଡେସ୍କ: ଦିଲ୍ଲୀ ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟାରେ ଘଟିଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଥିରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଜଣାପଡ଼ି ନ ଥିବାବେଳେ ଦିଲ୍ଲୀ, ହରିୟାଣା ଏବଂ ମୁମ୍ବଇରେ ହାଇଆଲର୍ଟ ଜାରି କରାଯାଇଛି।
ପୁରୁଣା ଦିଲ୍ଲୀର ଲାଲ୍‌ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ୧ ନମ୍ବର ଗେଟ ପାଖରେ ଏକ କାରରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ବିସ୍ଫୋରଣ ପରେ ଅନ୍ୟ ୩ଟି କାରରେ ନିଆଁ ଲାଗିଯାଇଥିଲା। ମାତ୍ର ବିସ୍ଫୋରଣ ଯୋଗୁ ପ୍ରାୟ ଆଖପାଖରେ ଥିବା ୨୦ରୁ ଅଧିକ ଯାନବାହନ କ୍ଷତିଗ୍ରସ୍ତ ହୋଇଛି। ଏହା ଆତଙ୍କୀ କାର୍ଯ୍ୟକଳାପ କି ଅନ୍ୟ କିଛି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

ଅନ୍ୟପଟେ ଦିଲ୍ଲୀ ବିସ୍ଫୋରଣ ଘଟଣାର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଘଟଣା ବିଷୟରେ ଆଇବି(ଗୁଇନ୍ଦା ବ୍ୟୁରୋ) ମୁଖ୍ୟ ତପନ ଡେକାଙ୍କ ସହିତ ଆଲୋଚନା କରିଛନ୍ତି।

- Advertisement -

ଘଟଣାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କେଉଁ ପରିସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ତାହାର ସୁରାକ ମଧ୍ୟ ମିଳିନାହିଁ। ଦିଲ୍ଲୀ ଲାଲ୍‌ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ପାଖ ୧ ନମ୍ବର ଗେଟ୍‌ ନିକଟରେ ଏହି ବିସ୍ଫୋରଣ ଘଟିଥିବାବେଳେ ୮ ଜଣଙ୍କ ମୃତ୍ୟୁ ଘଟିଛି।

ଘଟଣା ପରେ ଏନଆଇଏ ଏବଂ ଏନଏସଜି ତନାଘନା ଆରମ୍ଭ କରିଛନ୍ତି। ସିଆରପିଏଫ ଡିଆଇଜି କିଶୋର ପ୍ରସାଦ ଘଟରାସ୍ଥଳରେ ପହଞ୍ଚିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କିଛି କହି ହେବ ନାହିଁ। ସ୍ଥିତିର ନିରୀକ୍ଷଣ କରାଯିବା ପରେ କିଛି କୁହାଯାଇପାରିବ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଷ୍ଟେସନରେ ଲାଗିଥିବା କାଚ ଭାଙ୍ଗିଯାଇଥିଲା। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories