ଦେଶବିଦେଶ ଖବର
ନୂଆଦିଲ୍ଲୀ: ଦେଶରେ ଦିନକରେ ୪ ଲକ୍ଷ ୧ହଜାର ୭୮ ନୂଆ ସଂକ୍ରମିତ; ୪ ହଜାର ଟପିଲା ଦୈନିକ ମୃତ୍ୟୁସଂଖ୍ୟା
ନୂଆଦିଲ୍ଲୀ: କୋଭିଡ ଚିକିତ୍ସାରେ ଗାୟତ୍ରୀ ମନ୍ତ୍ରର ପ୍ରଭାବ ଉପରେ ଚାଲିଛି ଗବେଷଣା; କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ଯୋଗାଉଛି ପାଣ୍ଠି
ଟୋକିଓ: ଅଲିମ୍ପିକ୍ସ ମଶାଲ ଶୋଭାଯାତ୍ରାରୁ ଓହରିଲେ ବିଶ୍ବର ବୟୋଜ୍ୟେଷ୍ଠ ବ୍ୟକ୍ତି
ନୂଆଦିଲ୍ଲୀ: ବିରାଟ ଓ ଅନୁଷ୍କା କରୋନା ମହାମାାରୀ ଲଢେଇ ପାଇଁ ୨ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ସହ ବିରାଟ ଓ ଅନୁଷ୍କା ଅନ୍ୟ ଲୋକମାନଙ୍କୁ ଏହି ଅଭିଯାନରେ ଆଗେଇ ଆସି ସ୍ବଚ୍ଛତାର ସହ ଦାନ କରିବାକୁ ଅନୁରୋଧ କରିଛନ୍ତି।
ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ସଂକ୍ରମଣ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟଗୁଡିକ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଶୁଣିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିବେଦନ କରିଛନ୍ତି।
ନୂଆଦିଲ୍ଲୀ:ଅମ୍ଳଜାନ ଯୋଗାଣ ପ୍ରସଙ୍ଗ, କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟର ନାପସନ୍ଦ
ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ଆସିବା ପୂର୍ବରୁ ରାଜ୍ୟଗୁଡିକୁ ଅମ୍ଳଜାନ ଆବଣ୍ଟନ, ତାହାର ଯୋଗାଣ ଏବଂ ପରିବହନ ଦିଗରେ ପ୍ରସ୍ତୁତି ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାରକୁ କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।
ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚମ୍ପିଆନସିପ୍, ଭାରତୀୟ ଦଳ ଘୋଷିତ
ନୂଆଦିଲ୍ଲୀ: କରୋନା ଟିକାକରଣ ପାଇଁ ନାମ ପଞ୍ଜୀକରଣ କରାଯାଉଥିବା ପୋର୍ଟାଲ ‘କୋୱିନ୍’ରେ ୪ସଂଖ୍ୟା ବିଶିଷ୍ଟ ସୁରକ୍ଷା ଚାବି (ସିକ୍ୟୁରିଟି କୋଡ୍) ବ୍ୟବସ୍ଥା କରାଯାଇଛି।
ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କଠାରେ ଏବେ ନୂଆ ଲକ୍ଷଣ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ଶରୀରରେ କଳା ରଙ୍ଗର ଛଉ ଭଳି ଦାଗ ‘ବ୍ଲାକ୍ ଫଙ୍ଗସ୍’ ବା ‘ମୁକୋରମିକୋସିସ୍’ ସୃଷ୍ଟି ହେଉଛି। ପୂର୍ବରୁ ଏହାକୁ ‘ଜିଗୋମିକୋସିସ୍’ କୁହାଯାଉଥିଲା। ବିଶେଷକରି କରୋନାରୁ ସୁସ୍ଥ ହେବା ପରେ ଏଭଳି କଳା ଦାଗ ସୃଷ୍ଟି ହେଉଛି।
ନୂଆଦିଲ୍ଲୀ: ସରକାରୀ ତଥ୍ୟଠାରୁ ବହୁ ଅଧିକ କରୋନା ମୃତ୍ୟୁ
ରାଜ୍ୟଖବର
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ମଧ୍ୟ ରାଜ୍ୟରେ ଦୈନିକ ସଂକ୍ରମଣ ୧୧ ହଜାର ପାର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୧ ହଜାର ୮୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୦୭କୁ ବୃଦ୍ଧି ପାଇଛି। ସୁନ୍ଦରଗଡ଼ରୁ ସର୍ବାଧିକ ୧୯୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାରୁ ୨୨ଦିନ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଦିଅଁଙ୍କର ଏହି ଯାତ୍ରା ପାଇଁ ବିଏମ୍ସି ଅନୁମତି ପ୍ରଦାନ କରିଛି। କରୋନା ମାର୍ଗଦର୍ଶିକା ଅନୁସାରେ ଦିଅଁଙ୍କ ଯାତ୍ରା ସୀମିତ ସେବାୟତଙ୍କୁ ନେଇ ପାଳନ କରିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ ବିଏମ୍ସି ପକ୍ଷରୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଲାଗି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି।
ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଓଡ଼ିଆ ବୈଜ୍ଞାନିକ ଡ. ଶିବେନ୍ଦୁ ଶଙ୍କର ରାୟ କରୋନା ସହ ଲଢ଼ି ଶେଷରେ ହାରିଯାଇଛନ୍ତି। ଦିଲ୍ଲୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତ ୪ ତାରିଖ ଦିନ ୫୭ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।
କଟକ: ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆ ମାଧ୍ୟମ ସ୍କୁଲ ପାଠାଗାରକୁ ବହି ଯୋଗାଣ ଲାଗି ଆରମ୍ଭ ହୋଇଥିବା ଟେଣ୍ଡର ଚୂଡ଼ାନ୍ତ ନ କରିବାକୁ ମାର୍ଚ୍ଚ ୧୯ରେ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଉଚ୍ଚ ନ୍ୟାୟାଳୟ ଉଠାଇ ଦେଇଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁଛି। ଏବେ ଦୈନିକ ସଂକ୍ରମଣ ୧୨ ହଜାର ଉପରେ ଚିହ୍ନଟ ହେଉଛି। ଏଭଳି ସ୍ଥିତି ଆଉ ୩ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଏଥିରେ କିଛି ଭୟ କରିବା ଆବଶ୍ୟକ ନାହିଁ। ଆଶା କରାଯାଉଛି ୫ରୁ ୬ଦିନ ପରେ ଅର୍ଥାତ ୧୪ ତାରିଖରୁ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିବ ବୋଲି ରାଜଧାନୀ ଡାକ୍ତରଖାନା ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି।