www.samajalive.in
Saturday, December 6, 2025
15.1 C
Bhubaneswar

ଦିନ ୧୦ଟା ମୁଖ୍ୟ ସମ୍ବାଦ (ମେ’ ୯)

ଦେଶ ବିଦେଶ ଖବର
ଦେଶରେ ୨୪ ଘଣ୍ଟାରେ ୪,୦୩,୭୩୮ ଆକ୍ରାନ୍ତ ଚିହ୍ନଟ ; ୪,୦୯୨ ମୃତ
ନୂଆଦିଲ୍ଲୀ: ଭାରତ କୋଭିଡ-୧୯ ସଂକ୍ରମଣର ମୁକାବିଲା କରିବା କ୍ଷେତ୍ରରେ ଆଦ୍ୟ ଅବସ୍ଥାରେ ପାଇଥିବା ସଫଳତାକୁ ନଷ୍ଟ କରିଦେଲା ଏବଂ ସଂପ୍ରତି ଭାରତରେ ଜାତୀୟ ସ୍ତରରେ ଯେଉଁଭଳି ବିପର୍ଯ୍ୟୟ ସୃଷ୍ଟିହୋଇଛି ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦାୟୀ ବୋଲି ଅନ୍ତର୍ଜାତିକ ଚିକିତ୍ସା ପତ୍ରିକା ‘ଦି ଲାନ୍ସେଟ’ର ସଂପାଦକୀୟରେ କୁହାଯାଇଛି
ନୂଆଦିଲ୍ଲୀ: ଭାରତରେ କରୋନାର ଭୟଙ୍କର ସ୍ଥିତି ଆହୁରି ବାକି ରହିଛି ବୋଲି ଜାତିସଂଘ ସଂସ୍ଥା ‘ୟୁନିସେଫ୍‌ ଚେତାବନୀ ଦେଇଛି। ୟୁନିସେଫ୍‌ର କାର୍ଯ୍ୟକାରୀ ନିର୍ଦେଶକ ହେନରିଟ୍ଟା ଏଚ୍‌ ଫୋର କହିଛନ୍ତି ଯେ ଭାରତରେ କରୋନା ସଂକ୍ରମଣ ଯେଉଁପରି ଭାବେ କାୟା ବିସ୍ତାର କରୁଛି ତାହା ଆଗାମୀ ଦିନରେ ଆହୁରି ଭୟଙ୍କର ରୂପ ନେଇପାରେ
ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ର ହେବା ପରେ ଦେଶର କାରାଗାରଗୁଡ଼ିକରେ ଥିବା ବନ୍ଦୀମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ସଂଖ୍ୟା ହ୍ରାସ କରିବା ଏବଂ ବିକେନ୍ଦ୍ରୀକରଣ ଯୋଜନାରେ ଅନ୍ୟ ଖାଲିଥିବା କାରାଗାରକୁ ସ୍ଥାନାନ୍ତର କରିବା ଓ କାରାଗାରରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବନ୍ଦୀଙ୍କୁ ୯୦ ଦିନ ଲାଗି ଛୁଟିରେ ଛାଡ଼ିବା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି
ଇସଲାମାବାଦ: ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ପାକିସ୍ତାନ ପ୍ରଶାସନିକ ସେବା (ପିଏଏସ) ପାଇଁ ଉଦ୍ଦିଷ୍ଟ ସେଣ୍ଟ୍ରାଲ ସୁପରିଅର ସର୍ଭିସେସ (ସିଏସଏସ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଇତିହାସ ସୃଷ୍ଟି କରିଥିବା ଏହି ମହିଳା ହେଉଛନ୍ତି ସାନା ରାମଚନ୍ଦ। ତାଙ୍କ ଘର ପାକିସ୍ତାନର ହିନ୍ଦୁ ଅଧ୍ୟୁସିତ ସିନ୍ଧୁ ପ୍ରଦେଶର ଅନ୍ତର୍ଗତ ଶିକରପୁର ଅଞ୍ଚଳରେ ଓ ସେ ଜଣେ ଡାକ୍ତର
ରାଜ୍ୟ ଖବର
ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ହଜାର ୬୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ଗତକାଲି ଗୋଟିଏ ଦିନରେ ୧୯ ଜଣଙ୍କର ମୃତ୍ୟୁଘଟିଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧିପାଇଛି। ଏଥିସହିତ ମୋଟ ମୃତ୍ୟୁସଂଖ୍ୟା ୨୧୮୦ରେ ପହଞ୍ଚିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୬୪ ଜଣଙ୍କୁ ଚିହ୍ନଟ କରାଯାଇଛି
ପୁରୀ: ଶନିବାରଠାରୁ ପୁଣିଥରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଜଗମୋହନ ମରାମତି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏଥିପାଇଁ ୧୫ଜଣ କୁଶଳୀ କାରିଗରଙ୍କୁ ନିୟୋଜିତ କରାଯାଇଛି
ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‌ ଓ ସମାଜସେବୀ ତଥା କିଟ୍‌ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସିକିମ୍‌ ପ୍ରଫେସନାଲ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ସମ୍ମାନସୂଚକ ଡିଲିଟ୍‌ ଡିଗ୍ରୀ ପ୍ରଦାନ କରାଯାଇଛି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ତୃଣମୂଳସ୍ତରରେ ପ୍ରଶାସନର ମଙ୍ଗ ଧରିଥିବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ କ୍ଷେତ୍ରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ପଞ୍ଚାୟତିରାଜ ବିଭାଗର ବିଜ୍ଞପ୍ତିନାମା ଅନୁଯାୟୀ ୨୯ଜଣ ମଣ୍ଡଳ ଉନ୍ନୟନ ଅଧିକାରୀ(ବିଡ଼ିଓ) ଓ ୬ଜଣ ତହସିଲଦାରଙ୍କ ସହିତ ୪ଜଣ ‘ଡେପୁଟି କଲେକ୍ଟର’ଙ୍କ ବଦଳି ହୋଇଛି
ଭୁବନେଶ୍ୱର: ଦିନକ ପରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶନିବାର ବିଭିନ୍ନ ସ୍ଥାନରେ କାଳବୈଶାଖୀ କାରଣରୁ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି
ଛେଣ୍ଡିପଦା: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ପଞ୍ଚାୟତର ମାଝିଗୋହିରାପଶି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ କରୋନା ଭୟରେ ପରିବାର କିମ୍ବା ଗ୍ରାମବାସୀ କେହି ପାଖ ମାଡିଲେ ନାହିଁ। ଶେଷରେ ନିଜେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ବୃଦ୍ଧଙ୍କ ପୁତ୍ର ସହ ପିପିଇ କିଟ ପିନ୍ଧି କୋକେଇରେ ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରିଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories