www.samajalive.in
Sunday, December 7, 2025
13.1 C
Bhubaneswar

ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟ ଅକ୍ଷମଣୀୟ ; ଅନ୍ତର୍ଜାତୀୟ ଚିକିତ୍ସା ପତ୍ରିକା ‘ଦି ଲାନ୍ସେଟ’ର ସଂପାଦକୀୟରେ ମତ

ନୂଆଦିଲ୍ଲୀ: ଭାରତ କୋଭିଡ-୧୯ ସଂକ୍ରମଣର ମୁକାବିଲା କରିବା କ୍ଷେତ୍ରରେ ଆଦ୍ୟ ଅବସ୍ଥାରେ ପାଇଥିବା ସଫଳତାକୁ ନଷ୍ଟ କରିଦେଲା ଏବଂ ସଂପ୍ରତି ଭାରତରେ ଜାତୀୟ ସ୍ତରରେ ଯେଉଁଭଳି ବିପର୍ଯ୍ୟୟ ସୃଷ୍ଟିହୋଇଛି ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦାୟୀ ବୋଲି ଅନ୍ତର୍ଜାତିକ ଚିକିତ୍ସା ପତ୍ରିକା ‘ଦି ଲାନ୍ସେଟ’ର ସଂପାଦକୀୟରେ କୁହାଯାଇଛି। ଶନିବାର ଦିନ ପ୍ରକାଶିତ ଏହି ସଂପାଦକୀୟରେ ଭାରତ ସରକାରଙ୍କର କୋଭିଡ ମୁକାବିଲାକୁ ନେଇ କୁହାଯାଇଛି ଯେ ଭାରତରେ ଦେଖାଦେଇଥିବା ମହାମାରୀ ସଙ୍କଟ ଦୂର ହେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶାସନର ‘ନିଜ ଭୁଲ ସ୍ୱୀକାର କରିବା’ ଉପରେ ନିର୍ଭର କରିବ। ପ୍ରଧାନମନ୍ତ୍ରୀ ସଙ୍କଟ ସମୟରେ ହେଉଥିବା ସମାଲୋଚନାକୁ ଅଣଦେଖା କରିବା ଏବଂ ଖୋଲା ଆଲୋଚନା ପାଇଁ କୁଣ୍ଠାବୋଧ କରିବା ଅକ୍ଷମଣୀୟ ବୋଲି ଏଥିରେ କୁହାଯାଇଛି।
ଏହି ସଂପାଦକୀୟରେ କୁହାଯାଇଛି ଯେ କୋଭିଡ ୧୯ର ମୁକାବିଲା କରିବରେ ଭାରତକୁ ପ୍ରାଥମିକ ସ୍ତରରେ ଯେଉଁ ସଫଳତା ମିଳିଥିଲା ତାହା ବୃଥା ହୋଇଗଲା। ଏପ୍ରିଲ ପର୍ଯ୍ୟନ୍ତ ସରକାରଙ୍କର କୋଭିଡ ଟାସ୍କଫୋର୍ସ ଦୀର୍ଘମାସ ଧରି ବୈଠକରେ ମିଳିତ ହୋଇନଥିଲେ। ସେଭଳି ନିଷ୍ପତ୍ତିର ପରିଣତି ଏବେ ଆମେ ଦେଖୁଛୁ ଏବଂ ସଂପ୍ରତି ଭାରତ ନିଜର ପ୍ରୟାସକୁ ଅଧିକ ଜୋରଦାର ଏବଂ ବ୍ୟାପକ କରିବାକୁ ହେବ। ସେହି ପ୍ରୟାସର ସଫଳତା ସରକାର ନିଜ ଭୁଲ କେତେ ବୁଝିପାରୁଛନ୍ତି ତାହା ଉପରେ ନିର୍ଭର କରିବ। ସେଥିପାଇଁ ଉତ୍ତରଦାୟୀ ନେତୃତ୍ୱ ଏବଂ ସ୍ୱଚ୍ଛତା ବଜାୟ ରଖିବା ଏବଂ ବିଜ୍ଞାନସମ୍ମତ ଆଧାରରେଏକ ଜନସ୍ୱାସ୍ଥ୍ୟ ପଦକ୍ଷେପ ନେବାର ଜରୁରୀ ଆବଶ୍ୟକତା ରହିଛି।
ଦି ଲାନ୍ସେଟର ସଂପାଦକୀୟରେ କୁହାଯାଇଛି ଯେ କୋଭିଡର ନୂଆ ଷ୍ଟ୍ରେନ ଆସୁଥିବା ଏବଂ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଥିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ବରାବର ଚେତାବନୀ ସତ୍ତେ୍ୱ ସରକାର ସାଧାରଣରେ ଧାରଣା ସୃଷ୍ଟିକରିବାକୁ ଚେଷ୍ଟାକଲେ ଯେ ଭାରତ କୋଭିଡ-୧୯ ମହାମାରୀକୁ ପରାସ୍ତ କରିଛି। ମାର୍ଚ୍ଚ ଆଦ୍ୟ ଭାଗରେ କୋଭିଡ ୧୯ର ଦ୍ୱିତୀୟ ଲହର କରାଳ ରୂପ ନେବା ପୂର୍ବରୁ ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଘୋଷଣା କଲେ ଯେ ଭାରତରେ ମହାମାରୀର ଶେଷ ଘଟିବାକୁ ଯାଉଛି। ସୁପର ସ୍ପ୍ରେଡର ଘଟଣା ଘଟିବା ନେଇ ଚେତାବନୀ ସତ୍ତେ୍ୱ ସରକାରୀ ଧାର୍ମିକ ଉତ୍ସବକୁ ଅନୁମତି ଦେଲେ ଏବଂ ସମଗ୍ର ଦେଶରୁ ହଜାର ହଜାର ଲୋକ ସେଥିରେ ସାମିଲ ହେଲେ। ତାହାସହିତ ରାଜନୈତିକ ସଭା, ଶୋଭାଯାତ୍ରାରେ ବିପୁଳ ଜନସମାଗମ ଘଟିଲା। ଦେଶରେ କେନ୍ଦ୍ରୀୟ ସ୍ତରରେ ଟିକାଦାନ ମଧ୍ୟ ନିରାଶାଜନକ ସ୍ଥିତିରେ। ଏ ବାବଦରେ କେନ୍ଦ୍ର ସରକାର ରାଜ୍ୟଗୁଡିକ ସହିତ ପରାମର୍ଶ ନକରି ନୀତିରେ ପରିବର୍ତ୍ତନ କଲେ। ପ୍ରଧାନମନ୍ତ୍ରୀ ମହାମାରୀକୁ ନିୟନ୍ତ୍ରଣ କରିବା ଅପେକ୍ଷା ତାଙ୍କ ପ୍ରତି ଟ୍ୱିଟରରେ ହେଉଥିବା ସମାଲୋଚନାକୁ କିଭଳି ସାମନା କରିବେ ସେଥିପ୍ରତି ଅଧିକ ଆଗ୍ରହୀ ରହୁଥିବା ସଂପାଦକୀୟରେ ଉଲ୍ଲେଖ କରାଯାଇଛି।
ଇତିମଧ୍ୟରେ ‘ଦି ଇନଷ୍ଟିଚ୍ୟୁଟ ଫର ହେଲ୍‍ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ’ ପକ୍ଷରୁ ଆକଳନ କରାଯାଇଛି ଯେ ଭାରତରେ ଅଗଷ୍ଟ ୧ ତାରିଖ ସୁଦ୍ଧା ୧୦ ଲକ୍ଷ ଲୋକଙ୍କର କୋଭିଡରେ ପ୍ରାଣହାନି ଘଟିବ। ଯଦି ତାହା ଘଟିବ, ତେବେ ଏଭଳି ମାନବକୃତ ଜାତୀୟ ବିପର୍ଯ୍ୟୟ ପାଇଁ ମୋଦି ସରକାର ଦାୟୀ ରହିବେ ବୋଲି ପତ୍ରିକା ସଂପାଦକୀୟରେ କୁହାଯାଇଛି।
(କୋଭିଡ ମହାମାରୀ ମୁକାବିଲା ନିମନ୍ତେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି। ତେବେ ଏକ ସମ୍ମାନଜନକ ଏବଂ ବହୁଳ ପ୍ରସାରିତ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ପତ୍ରିକା ଦି ଲାନ୍ସେଟରେ ପ୍ରକାଶିତ ସଂପାଦକୀୟକୁ ଆମ ପାଠକଙ୍କ ଅବଗତି ନିମନ୍ତେ କେବଳ ଏଠାରେ ଉପସ୍ଥାପନ କରାଯାଇଛି। ଏଥିରେ କାହାକୁ ଆକ୍ଷେପ ଅଥବା ସମ୍ମାନହାନି କରିବା ଆମର ଉଦ୍ଦେଶ୍ୟ ନୁହେଁ।)

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories