ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲା ପାକ୍‌ ଆତଙ୍କୀ ହାଇଦର

ଜମ୍ମୁ: ଜମ୍ମୁ-କାଶ୍ମୀରର କୁଲଗାମ ଅଞ୍ଚଳରେ ରବିବାର ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଏଥିରେ ସୁରକ୍ଷାବାହିନୀଙ୍କ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି। ନିହତ ଆତଙ୍କୀର ନାଁ ହାଇଦର ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଗତକାଲି ସକାଳେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମୀ ପ୍ରାଣ ହରାଇଥିଲେ। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପୁଲିସ କର୍ମୀ ଜଣକ ଡାକ୍ତରଖାନାରେ ଚିକିତ୍ସା ସମୟରେ ରାତିରେ ପ୍ରାଣ ହରାଇଥିଲେ। ସେ ପୁଲିସ କଣ୍ଟ୍ରୋଲ୍ ରୁମ୍ ହେଲ୍ପଲାଇନ ୧୧୨ରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା, ମାତ୍ର ଆତଙ୍କବାଦୀଙ୍କ କୌଣସି ପତ୍ତା ମିଳି ନଥିଲା।

 

 

Comments are closed.