ଆଇପିଏଲ୍ ମେଗା ନିଲାମ
୧୨ କୋଟି ୨୫ ଲକ୍ଷରେ ଶ୍ରେୟସ ଆୟରଙ୍କୁ ନେଲା କଲକାତା
ନୂଆଦିଲ୍ଲୀ : ଆଇପିଏଲ୍ ପାଇଁ ଖେଳାଳି ନିଲାମ ଆରମ୍ଭ ହୋଇଛି। ୧୨ କୋଟି ୨୫ ଲକ୍ଷରେ ଶ୍ରେୟସ ଆୟରଙ୍କୁ କଲକାତା ନେଇଥିବା ବେଳେ ଶିଖର ଧାୱନଙ୍କୁ ୮.୨୫ କୋଟିରେ ନେଲା କିଙ୍ଗସ ଇଲେଭେନ୍ ପଞ୍ଜାବ ନେଇଛି। ଅଶ୍ୱିନଙ୍କୁ ୫ କୋଟିରେ ନେଲା ରାଜସ୍ଥାନ ରୟାଲ୍ସ। ସେହିପରି ପ୍ୟାଟ୍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷରେ କଲକାତା ନେଇଥିବା ବେଳେ କାଗିସୋ ରବାଦାଙ୍କୁ ୯ କୋଟି ୨୫ ଲକ୍ଷରେ ନେଲା ପଞ୍ଜାବ। ୮ କୋଟି ଟଙ୍କାରେ ଟ୍ରେଣ୍ଟ ବୋଲ୍ଟଙ୍କୁ ରାଜସ୍ଥାନ ନେଇଛି। ମହମ୍ମଦ ସାମିଙ୍କୁ ୬ କୋଟି ୨୫ ଲକ୍ଷରେ ନେଲା ଗୁଜରାଟ ଟାଇଟନ୍ସ । ଫାଫ୍ ଡୁ ପ୍ଲେସିସଙ୍କୁ ୭ କୋଟିରେ ବାଙ୍ଗାଲୋର ନେଇଥିବା ବେଳେ ଡି କକ୍ ଙ୍କୁ ୬ କୋଟି ୭୫ ଲକ୍ଷରେ ଲଖନଉ ନେଇଛି। ସେହିପରି ୱାର୍ଣ୍ଣରଙ୍କୁ ୬ କୋଟି ୨୫ ଲକ୍ଷରେ ଦିଲ୍ଲୀ ନେଇଛି।
Comments are closed.