www.samajalive.in
Saturday, December 6, 2025
14.1 C
Bhubaneswar

ଜିଲା କଂଗ୍ରେସ କମିଟି ପକ୍ଷରୁ ପଂଚାୟତ ନିର୍ବାଚନ ଇସ୍ତାହାର ଉନ୍ମୋଚନ 

ଫୁଲବାଣୀ – ଚଳିତ ୨୦୨୨ ପଂଚାୟତ ନିର୍ବାଚନ ପାଇଁ ଇସ୍ତାହାର ଊଂନ୍ମୋଚନ କରିଛି କଂଗ୍ରେସ | ଆଜି ଶନିବାର ପ୍ରେସ କ୍ଲବ ଠାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲା ସଭାପତି ଅନାମ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ପି ସି ସି ସମ୍ପାଦକ ଚନ୍ଦ୍ରଶେଖର ପରିଡା, ଜ଼ିଲ୍ଲା କଂଗ୍ରେସ ଡିଜିଟାଲ ଶାଖା ଅଧକ୍ଷ ନନ୍ଦ କିଶୋର ଦାସ, ପ୍ରମୁଖ ଉପସ୍ଥିତ ଥିଲେ|
ବିଶେଷ କରି ଏହି ଇସ୍ତାହାରରେ ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର, କୃଷିର ବିକାଶ, ରୋଜଗାର ବୃଦ୍ଧି, ଗମନାଗମନ, ସଂଚାର, ଓ ଭିତ୍ତି ଭୂମିର ବିକାଶ, ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ନେଇ ପ୍ରଭାରୀ ବିସ୍ମୟ ମହାପାତ୍ର କହିଥିଲେ |
ସେହିପରି ଜ଼ିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟ ଜଳ, ଗମନାଗମନ, ବିଦ୍ୟୁତ ସମସ୍ୟା ଆଦିମଧ୍ୟ ଦୂର କରିବା ଲାଗି ଉଦ୍ୟମ କରାଯିବ ବୋଲି ଜିଲା ସଭାପତି ଅନାମ ନାୟକ କହିଛନ୍ତି | ଜିଲାରେ ଏବେ ପୂର୍ବାପେକ୍ଷା କଂଗ୍ରେସ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଛି ଫଳରେ ଅଠର ଟି ଜିଲା ପରିଷଦ ଆସନ ମଧ୍ୟରୁ ଅନ୍ୟୁନ ୧୨ ଟି ଆସନରେ କଂଗ୍ରେସ ପ୍ରାର୍ଥୀ ମାନେ ବିଜୟି ହେବେ ବୋଲି ଅନାମ ଦୃଢୋକ୍ତି ପ୍ରକାଶକରିଥିଲେ|

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories