www.samajalive.in
Saturday, December 6, 2025
19.1 C
Bhubaneswar

ବସରେ ଆସି ସମ୍ବଲପୁର ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ସମ୍ବଲପୁର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରପ୍ରସାର ଜୋରସୋରରେ ଚାଲିଛି । ରାଜ୍ୟରେ ୨୨ ବର୍ଷ ଧରି ଶାସନ କରୁଥିବା ବିଜେଡି, କେନ୍ଦ୍ର ରେ ୭ ବର୍ଷ ହେଲା ଶାସନ କରୁଥିବା ବିଜେପି ଓ  କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସହିତ ଅନେକ ସ୍ୱାଧୀନ ପ୍ରାର୍ଥୀ ବର୍ତ୍ତମାନ ନିର୍ବାଚନୀ ରଣାଙ୍ଗନରେ ରହିଛନ୍ତି । ନିର୍ବାଚନ ପ୍ରଚାର ଓ ଭୋଟ ଭିକ୍ଷା କରି ଭୋଟରଙ୍କୁ ପ୍ରଭାବିତ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ସମସ୍ତେ ନିଜସ୍ୱ ରଣନୀତି ଅପଣେଇଛନ୍ତି । ଏବେ ନିର୍ବାଚନ ରଣାଙ୍ଗନ କୁ ବିଭିନ୍ନ ଦଳର ହେଭିୱଟ ନେତା ଓହ୍ଲାଇଛନ୍ତି ।
ଗତ ୪ ଦିନ ତଳେ ରାଜ୍ୟ ସଭାପତି ପଶ୍ଚିମ ଓଡିଶା ଗସ୍ତରେ ଆସି ସମ୍ବଲପୁର ସୁନ୍ଦରଗଡରେ ବିଭିନ୍ନ ଅଞ୍ଚରେ ନିର୍ବାଚନ ପ୍ରଚାର କରି ଫେରିଥିବା ବେଳେ ଆଜି ସମ୍ବଲପୁରରେ ଆସି ପହଞ୍ଚିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱଶ୍ୱେର ଟୁଡୁ । ବାରିପଦାରୁ ଏକ ବେସରକାରୀ ବସ ଯୋଗେ ଯାତ୍ରା କରି ଆଜି ଭୋରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ।  ସକାଳ ସମୟରେ ସମ୍ବଲପୁର ମାଟିରେ ପହଞ୍ଚିଲା ବେଲକୁ କେନ୍ଦ୍ରମନ୍ତ୍ରୀଙ୍କୁ ରେଙ୍ଗାଲି ବିଧାୟକ ନାଉରି ନାୟକ, ଜିଲ୍ଲା ସଭାପତି ଗିରିଷ ପଟେଲ, ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ମଣ୍ଡଳ ସଭାପତି ସରୋଜ ଘଡେଇ, ପ୍ରଦୀପ କୁମାର ବେହେରା, ସନ୍ତୋଷ ଡାଲୁଆ, ଗୋପାଳ ଅଗ୍ରୱାଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ହୋଇ ବସ ଯୋଗେ ଏକ ସାଧାରଣ ଯାତ୍ରୀ ଭାବରେ ଏତେ ଦୂରରୁ ଯାତ୍ରା କରି ସମ୍ବଲପୁରରେ ପହଞ୍ଚିବା କର୍ମୀ ଓ ସାଧାରଣ ଲୋକଙ୍କ ଭିତରେ ଚର୍ଚ୍ଚାର ବିଷୟ ପାଲଟିଛି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories