www.samajalive.in
Saturday, December 6, 2025
16.1 C
Bhubaneswar

କେ. ଦିନେଶ କୁମାର ଏବଂ ଦୀପିକାଙ୍କ ଆସିଲା ଡିଏନଏ ରିପୋର୍ଟ : ଉଭୟ ଜନ୍ମିତ ଶିଶୁର ବାପା ମାଆ

ବ୍ରହ୍ମପୁର : ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିର କେ. ଦିନେଶ କୁମାର ଏବଂ ଦୀପିକାଙ୍କ ଡିଏନଏ ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ, ଜନ୍ମିତ ଶିଶୁପୁତ୍ର ସନ୍ତାନର ବାପାମାଆ ହେଉଛନ୍ତି ଦିନେଶ ଏବଂ ଦୀପିକା। ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟ ଫୋରେସିକ୍ ଲାବ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ ରହିଛି। ସୂଚନା ଅନୁସାରେ, ବ୍ରହ୍ମପୁର ଏସ୍‌ପିଙ୍କ ସୂଚନା ଅନୁସାରେ, ଶିଶୁ ପୁତ୍ରର ବାପା କେ. ଦିନେଶ କୁମାର ଦାବି କରି ୨୦୨୧ରେ ଟାଉନ ଥାନାରେ ମାମଲା ରୁଜୁ କରିଥିଲେ ଦୀପିକା।  ଡିଏନ୍‌ଏ ରିପୋର୍ଟର ଏକ କପି ଦୀପିକା ନେଇଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ଦୀପିକା ନିଜର ପ୍ରେମିକ କେ. ଦିନେଶ ଓ ଶିଶୁପୁତ୍ରର ଡିଏନଏ ଟେଷ୍ଟ ପାଇଁ ଅଦାଲତରେ ଅପିଲ କରିଥିଲେ। ଅଦାଲତଙ୍କ ନିର୍ଦେଶକ୍ରମେ ଦୀପିକା, କେ. ଦିନେଶ ଓ ତାଙ୍କ ପୁଅର ସାମ୍ପୁଲ ରାଜ୍ୟ ଫୋରେସିକ୍ ଲାବକୁ ପଠାଯାଇଥିଲା। ରାଜ୍ୟ ଫୋରେସିକ୍ ଲ୍ୟାବ ଗତବର୍ଷ ଏହି ଡିଏନଏ ଟେଷ୍ଟ ରିପୋର୍ଟ ଦେଇଥିଲେ। ପରେ ଏହାକୁ କୋର୍ଟରେ ଦାଖଲ କରାଯାଇଥିଲା। ନ୍ୟାୟ ପାଇବାକୁ ଗତବର୍ଷ ପ୍ରାୟ ୬ ମାସ କାଳ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ଦୀପିକା। ପରେ ଧାରଣାରୁ ଉଠିଯାଇଥିଲେ। ନ୍ୟାୟ ମିଳିବା ବିଳମ୍ବିତ ହେଉଥିବା ଯୋଗୁ ଏବେ ପୁଣି ଧାରଣାରେ ବସିଥିବା ଦୀପିକା। ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ତେବେ ଏ ନେଇ ଦିନେଶଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories