www.samajalive.in
Saturday, December 6, 2025
14.1 C
Bhubaneswar

ବୀରନରସିଂହପୁରରେ ଖୋଲିବ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ହରଭଙ୍ଗା : ହରଭଙ୍ଗା ବ୍ଲକର ବୀରନରସିଂହପୁରଠାରେ ପ୍ରସ୍ତାବିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ଗୁରୁବାର ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟକୃଷ୍ଣ ମିଶ୍ର କ୍ଷେତ୍ର ପରିଦର୍ଶନ କରିଥିଲେ। ପ୍ରକାଶ ଯେ ବୀରନରସିଂହପୁରଠାରେ ଏକ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ୭ନଂ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ବିଭିନ୍ନ ସମୟରେ ଦାବୀ କରିଆସୁଥିଲେ। ଲୋକଙ୍କ ପାଖରେ ଉତମ ସ୍ୱାସ୍ଥ୍ୟସେବା ପଂହଚାଇବା ପାଇଁ ଏକ ଡାକ୍ତରଖାନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ସରକାରଙ୍କୁ ଏ ବାବଦରେ ଜଣାଇଥିଲେ। ବୀରନରସିଂପୁର ଆରଏମସି ମାର୍କେଟୟାର୍ଡ ନିକଟରେ ଥିବା ଏକ ଏକରରୁ ଉଦ୍ଧ୍ୱର୍ ସରକାରୀ ଜମିରେ ପ୍ରସ୍ତାବିତ ଡାକ୍ତରଖାନା ଖୋଲିବା ପାଇଁ ସିଡିଏମଓ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହାପରେ ବୀରନରସିଂହପୁରଠାରେଥିବା ଉପ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ପରିଦର୍ଶନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories