www.samajalive.in
Saturday, December 6, 2025
14.1 C
Bhubaneswar

ଧାନମଣ୍ଡି ଖୋଲିବା ପାଇଁ ଏଆରସିଏସଙ୍କ ସବୁଜ ସଙ୍କେତ

ହରଭଙ୍ଗା : ହରଭଙ୍ଗା ବ୍ଲକ ଶଙ୍କୁଲେଇ ପଂଚାୟତ ଅର୍ନ୍ତଗତ ମଲ୍ଲିକପଡାଠାରେ ପୁନଃ ଧାନମଣ୍ଡି ଖୋଲିବା ପାଇଁ ଏଆରସିଏସଙ୍କ ସବୁଜ ସଙ୍କେତ ପରେ ୦୯ଟି ଗାଁର ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଏ ନେଇ ଏଆରସିଏସ ହାଡିବନ୍ଧୁ ମହାକୁଡ ହରଭଙ୍ଗା ଏବଂ ଶଙ୍କୁଲେଇ ସମବାୟରେ ପଂହଚି ନିଜ ସୋସାଇଟି ଅଧିନରେ ଥିବା ଚାଷୀଙ୍କ ପଞ୍ଜିକରଣ କରିବା ପାଇଁ କହିଥିଲେ। ଆସନ୍ତା ଡି.ଏଲସି ବୈଠକରେ ମଣ୍ଡି ଖୋଲିବା ଆଲୋଚନା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ପ୍ରକାଶ ଯେ ଶଙ୍କୁଲେଇ ସେବା ସମବାୟ ଅଧିନରେ ଥିବା ମଲିକପଡା ମଣ୍ଡି ପୁନଃ କାର୍ଯ୍ୟକ୍ଷମ ପାଇଁ ସ୍ଥାନୀୟ ସରପଂଚ ଏବଂ ସମିତି ସଭ୍ୟ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ଦୀର୍ଘ ୫ବର୍ଷ ହେଲା ମଲ୍ଲିକପଡା ଠାରେ ଏକ ଧାନମଣ୍ଡି ଖୋଲାଯାଇଥିଲା। କିନ୍ତୁ ଗତବର୍ଷ ଧାନମଣ୍ଡି ବନ୍ଦ ଯୋଗୁଁ ୨ଶହ ଚାଷୀ ଧାନବିକ୍ରି ପାଇଁ ହଇରାଣ ଭୋଗୁଥିବା ବାରମ୍ବାର ଅଭିଯୋଗ କରୁଛନ୍ତି।
ତୁରନ୍ତ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମଲ୍ଲିକପଡାଠାରେ ଧାନମଣ୍ଡି ପୁନଃ ଚାଲୁକରିବା ପାଇଁ ସରପଂଚ ସୁଶ୍ରୀତା ଛନ୍ଦ ଏବଂ ସମିତିସଭ୍ୟା ରଶ୍ମିତା ମହାକୁଡ ଜିଲ୍ଲାପାଳଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନା ଥାଉ କି ଶଙ୍କୁଲେଇ ସେବାସମବାୟ ଅଧିନରେଥିବା ପାଣିଘରା, ବୁଲୁରା, ରାଉତପଡା, ବୃହସ୍ପତିପୁର, ମଲ୍ଲିକପଡା, ମାଝିସାହି, ସୁରୁଣ୍ଡି,ଭେଜିଗୁଡା,ସମ୍ବଲପୁର, ଭଳି ୦୯ଟି ଗାଁ ଲୋକଙ୍କ ପାଇଁ ସଙ୍କୁଲେଇ ମଣ୍ଡିର ଦୂରତା ପାଖାପାଖି ୧୦ କିଲୋମିଟର ରହିଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଏକ ମଣ୍ଡି ଖୋଲାଗଲେ ଚାଷୀ ଧାନ ସୁବିଧାରେ ବିକ୍ରି କରିପାରନ୍ତେ ବୋଲି ଜିତେନ ବଘାର, ଶଚିନ୍ଦ୍ର ନାଏକ, ପ୍ରଦୀପ ଭୋକ୍ତା,ଆସ୍ତିକ ପଲ୍ଲିଆ , ଅମରେଶ ପ୍ରଧାନ ପ୍ରମୁଖ ଗ୍ରାମବାସୀ ଦାବୀ କରି ଆସୁଛନ୍ତି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories