୫ ଶହ ଟଙ୍କା ପାଇଁ ୮୦ ବର୍ଷ ବୃଦ୍ଧାଙ୍କୁ ହତ୍ୟାକଲା ସ୍ୱାମୀ

0

ତିହିଡ଼ି : କ୍ରୋଧ ବ୍ରହ୍ମଚାଣ୍ଡାଳ। ମାତ୍ର ୫ ଶହ ଟଙ୍କା ପାଇଁ ନିଜର ବୃଦ୍ଧା ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ୮୨ ବର୍ଷ ବୃଦ୍ଧଙ୍କୁ ଜେଲକୁ ଯିବାକୁ ହୋଇଛି। ଏହି ଘଟଣା ସଂପ୍ରତି ଆଲୋଚନାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ତିହିଡ଼ି ଥାନା ଅଧୀନ ଫତେପୁର ପଞ୍ଚାୟତ ଫତେପୁର ଗ୍ରାମ ଦାସସାହିର ଶାନ୍ତିଲତା ବେହେରା (୮୦) ନାମ୍ନୀ ଜନୈକା ବୃଦ୍ଧା ତାଙ୍କ ନିଜର ଆବଶ୍ୟକ ପାଇଁ ତାଙ୍କ ସ୍ୱାମୀ ପରମେଶ୍ୱର ବେହେରାଙ୍କ ପକେଟରୁ ୫ ଶହ ଟଙ୍କା ନେଇଯାଇଥିଲେ। ଏଥିରେ କ୍ରୋଧାନ୍ୱିତ ହୋଇ ପରମେଶ୍ୱର ଘର କବାଟ ବନ୍ଦ କରି ବୃଦ୍ଧା ସ୍ତ୍ରୀଙ୍କୁ ବେତରେ ନିର୍ଘାତ ପିଟିଥିଲେ। ଏପରିକି ପରିବାର ଲୋକେ କବାଟ ଖୋଲିବାକୁ ଡାକିଥିଲେ ବି ସେ କିନ୍ତୁ ପିଟିବା ଜାରି ରଖିଥିଲେ। ସ୍ତ୍ରୀର
ମୁହଁକୁ ମୁଥ ମାରି ତଳେ ପକାଇଦେଇଥିଲେ। ମାଡ଼ର ସୀମା ଟପିବା ପରେ ବୃଦ୍ଧା ଜଣକ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ଘର ଲୋକେ ପାଣି ଛାଟିବା ପରେ ତାଙ୍କର ସଂଜ୍ଞା ଫେରିଥିଲା ଓ ତାଙ୍କୁ ଡାକ୍ତରଖାନାକୁ ନେବାକୁ ବ୍ୟବସ୍ଥା କରାଯାଉଥିବା ବେଳେ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ସମ୍ପର୍କରେ ତାଙ୍କର ନାତି ସଞ୍ଜିବ ବେହେରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପରମେଶ୍ୱରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Leave A Reply