nua o banner

+୨ ମୂଲ୍ୟାୟନ ଏପ୍ରିଲ ୪ରୁ

BSKY banner  750×100
0

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ, କଳା, ବାଣିଜ୍ୟ, ଦୂରନିରନ୍ତର ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଖାତାର ମୂଲ୍ୟାୟନ ଏପ୍ରିଲ୍‌ ୪ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଉତ୍ତରଖାତା ଏପ୍ରିଲ୍‌ ୪ରୁ୧୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରଖାତା ଏପ୍ରିଲ୍‌ ୧୬ରୁ୩୦ ପର୍ଯ୍ୟନ୍ତ ଦେଖାଯିବ। ଯୁକ୍ତ ଦୁଇ ପରୀକ୍ଷାଖାତା ଦେଖା ପାଇଁ ରାଜ୍ୟରେ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି। ସେହିପରି ୨୯ଟି ମୂଲ୍ୟାୟନ କେନ୍ଦ୍ରରେ ଇ-ମୂଲ୍ୟାୟନ ଓ ମାନୁଆଲ୍‌ ମୂଲ୍ୟାୟନ କରାଯିବ। ଉଭୟ ଇ-ମୂଲ୍ୟାୟନ ଓ ମାନୁଆଲ୍‌ ମୂଲ୍ୟାୟନ ପାଇଁ ରାଜ୍ୟର ବିଭିନ୍ନ କଲେଜରୁ ୧୫୦୦୦ ଅଧ୍ୟାପକଙ୍କୁ ନିୟୋଜିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ମେ’ ୧୦ର୧୫ ମଧ୍ୟରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇବ। ପରବର୍ତ୍ତୀ ପର୍ଯ୍ୟାୟରେ ଯୁକ୍ତ ଦୁଇ କଳା, ବାଣିଜ୍ୟ, ଦୂରନିରନ୍ତର ଶିକ୍ଷା ଓ ଧନ୍ଦାମୂଳକ ଫଳ ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ବିଷୟ ଇ-ମୂଲ୍ୟାୟନ କରାଯିବ। ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ଆଇଟି, କମ୍ପ୍ୟୁଟର ସାଇନ୍ସ, ଗଣିତ ଆଦି ବିଷୟଗୁଡ଼ିକର ମଧ୍ୟ ଇ-ମୂଲ୍ୟାୟନ କରାଯିବ। ଇ-ମୂଲ୍ୟାୟନ ପାଇଁ ପରୀକ୍ଷା ଶେଷ ହେବା ପରେ ଉତ୍ତରଖାତାଗୁଡ଼ିକ ଦୁଇଦିନ ମଧ୍ୟରେ ସ୍କାନିଂ କରାଯାଇ କମ୍ପ୍ୟୁଟରରେ ଅପ୍‌ଲୋଡ୍‌ କରାଯାଉଛି। ମାର୍ଚ୍ଚ ୩୧ସୁଦ୍ଧା ସବୁ ବିଷୟ ଉତ୍ତରଖାତା ସ୍କାନିଂ ହେଉଛି। ଇ-ମୂଲ୍ୟାୟନ ଓ ମାନୁଆଲ୍‌ ମୂଲ୍ୟାୟନ ପାଇଁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ମହାବିଦ୍ୟାଳୟର ଅଭିଜ୍ଞ ଅଧ୍ୟାପକଙ୍କୁ ନିୟୋଜିତ କରାଯିବା ପାଇଁ ଗ୍ରେଡେସନ୍‌ ତାଲିକା ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ଜିଲା ମୁଖ୍ୟାଳୟରେ ଇ-ମୂଲ୍ୟାୟନ କେନ୍ଦ୍ର କରାଯିବା ନେଇ ନିଷ୍ପତ୍ତି ହୋଇଛି। ତେବେ ଭିତ୍ତିଭୂମିର ଅଭାବ ଦେଖାଗଲେ ଇ-ମୂଲ୍ୟାୟନ ଓ ମାନୁଆଲ୍‌ ମୂଲ୍ୟାୟନ କେନ୍ଦ୍ର ପରିବର୍ତ୍ତନ କରାଯିବ ବୋଲି ପରିଷଦର ପରୀକ୍ଷା ଉପନିୟନ୍ତ୍ରକ ଡ.ପ୍ରବୋଧ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Leave A Reply