www.samajalive.in
Saturday, December 6, 2025
26.1 C
Bhubaneswar

୨ୟ ଦିନିକିଆରେ ୱେଷ୍ଟଇଣ୍ଡିଜ ବିଜୟୀ

ଢାକା: ସାଇ ହୋପ୍‌ଙ୍କ ଅପରାଜିତ ଶତକ ବଳରେ ୱେଷ୍ଟଇଣ୍ଡିଜ ଏଠାରେ ମଙ୍ଗଳବାର​‌ ଖେଳା ଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଘରୋଇ ବାଂଲାଦେଶକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ଫଳରେ ତିନିଟିକିଆ ସିରିଜ ବର୍ତ୍ତମାନ ୧-୧ ସ୍ଥିତିରେ ପହଞ୍ଚିଛି। ୧୪ରେ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ସିଲହଟ୍‌ରେ ଖେଳାଯିବ।
ୱେଷ୍ଟଇଣ୍ଡିଜ ଅଧିନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ବାଂଲାଦେଶକୁ ଆମନ୍ତ୍ରଣ କରିଥିଲେ। ୧୪ ରନରେ ଦଳ ଓପନର ଇମ୍‌ରୁଲ କେୟିସଙ୍କ (୦) ୱିକେଟ ହରାଇଥିଲା। ତେବେ ତମିମ୍‌ ଇକ୍‌ବାଲ (୫୦) ଓ ମୁସ୍‌ଫିକର ରହିମ (୬୨) ଦ୍ବିତୀୟ ୱିକେଟ ପାଇଁ ୧୧୧ ରନ ଯୋଗକରିଥିଲେ। ମଧ୍ୟକ୍ରମରେ ସାକିବ ଅଲ୍‌ ହାସାନ ୬୫ ଓ ମହମ୍ମଦୁଲ୍ଲା ୩୦ ରନ କରିବା ଫଳରେ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ୨୫୫ ରନ କରିଥିଲା। ୱେଷ୍ଟଇଣ୍ଡିଜ ପକ୍ଷରୁ ଓସାନେ ଥୋମାସ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ କେମାର ରୋଚ୍‌, କିମୋ ପଲ୍‌, ଦେବେନ୍ଦ୍ର ବିଶୁ ଓ ରୋଭ୍‌ମ୍ୟାନ ପୱେଲ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ।
୨୫୬ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ୱେଷ୍ଟଇଣ୍ଡିଜ ୫ ରନରେ ଓପନର ଚନ୍ଦ୍ରପଲ ହେମରାଜଙ୍କ (୩) ୱିକେଟ ହରାଇଥିଲା। ଡାରେନ ବ୍ରାଭୋଙ୍କ (୨୭) ଠାରୁ ସହଯୋଗ ପାଇ ସାଇ ହୋପ୍‌ ୨ୟ ୱିକେଟ ପାଇଁ ୬୫ ରନ ଯୋଗକରିଥିଲେ। ବ୍ରାଭୋଙ୍କ ପ୍ରସ୍ଥାନ ପରେ ହୋପ୍‌-ସାମୁଏଲ୍‌ସ (୨୬) ତୃତୀୟ ୱିକେଟ ପାଇଁ ୬୨ ରନ ସଂଗ୍ରହ କରିଥିଲେ। ମଧ୍ୟକ୍ରମରେ ସିମ୍ରନ ହେତ୍‌ମିୟର (୧୪) ଓ ଅଧିନାୟକ ରୋଭ୍‌ମ୍ୟାନ ପୱେଲ (୧) ସହଳ ଆଉଟ ହେବାରୁ ଇଣ୍ଡିଜ ଅଭିଯାନ ବାଧାପ୍ରାପ୍ତ ହୋଇଥିଲା। ହୋପ୍‌ ଓ କିମୋ ପଲ୍‌ ସପ୍ତମ ୱିକେଟ ପାଇଁ ଅବିଭାଜିତ ୭୧ ରନ ଯୋଗକରିବା ଫଳରେ ଇଣ୍ଡିଜ ୪୯.୪ ଓଭରରେ ୬ ୱିକେଟ ବିନିମୟରେ ୨୫୬ ରନ କରି ବିଜୟୀ ହୋଇଥିଲା। ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋପ୍‌ ୧୨ଟି ଚୌକା ଓ ୩ଟି ଛକା ସହାୟତାରେ ୧୪୬ ଓ ପଲ୍‌ ୧୮ ରନରେ ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହମାନ ଓ ରୁବେଲ ହୁସେନ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories