www.samajalive.in
Sunday, December 7, 2025
23.1 C
Bhubaneswar

କୋହଲି ଶୀର୍ଷରେ ସ୍ଥିର, ବୁମ୍‌ରା ଉଠିଲେ

ଦୁବାଇ : ଆଇସିସି ତରଫରୁ ଜାରି ବ୍ୟାଟିଂ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ବୋଲିଂ ମାନ୍ୟତାରେ ଯଶପ୍ରୀତ ବୁମରା ଉପରକୁ ଉଠିଛନ୍ତି।
ଆଇସିସି ତରଫରୁ ଜାରି ବ୍ୟାଟିଂ ମାନ୍ୟତାରେ ଭାରତୀୟ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା ବେଶ୍‌ ଉନ୍ନତି କରିଛନ୍ତି। ଆଡିଲେଡ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ପୂଜାରା ଯଥାକ୍ରମେ ୧୨୩ ଓ ୭୧ ରନ୍ ସଂଗ୍ରହ କରିଥିଲେ। ଫଳରେ ସେ ମାନ୍ୟତାର ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି। ୫ମ ସ୍ଥାନରେ ଜୋ ରୁଟ୍‌ ରହିଛନ୍ତି। ୩ୟ ସ୍ଥାନରେ ଷ୍ଟିଭ୍‌ ସ୍ମିଥ୍‌ ରହିଛନ୍ତି। ସ୍ମିଥ୍‌ଙ୍କ ଠାରୁ ପୂଜାରା ୫୫ ପଏଣ୍ଟ ପଛରେ ରହିଥିବା ବେଳେ ରୁଟ୍‌ଙ୍କ ଠାରୁ ୩୯ ପଏଣ୍ଟ ଆଗରେ ରହିଛନ୍ତି। ଅନ୍ୟପକ୍ଷରେ ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଜୀବନର ଶ୍ରେଷ୍ଠ ମାନ୍ୟତା ମିଳିଛି। ଆଡିଲେଡ୍‌ ଟେଷ୍ଟରେ ୬ଟି ୱିକେଟ୍‌ ନେଇଥିବା ବୁମରା ମାନ୍ୟତାରେ ୫ଟି ସ୍ଥାନ ଉପରକୁ ଉଠି ୩୩ନଂରେ ରହିଛନ୍ତି।
ସେହିପରି ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍‌ ୱିଲିୟମସନ୍‌ ବ୍ୟାଟିଂ ମାନ୍ୟତାର ୨ନଂରେ ସ୍ଥାନ ପାଇଛନ୍ତି। ଆବୁଧାବିରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ୱିଲିୟମସନ୍‌ ଯଥାକ୍ରମେ ୮୯ ଓ ୧୩୯ ରନ୍‌ ସଂଗ୍ରହ କରିଥିବାରୁ ଜୀବନର ସର୍ବାଧିକ ୯୧୩ ପଏଣ୍ଟ ପାଇଛନ୍ତି। ଫଳରେ ସେ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନ ଅକ୍ତିଆର କରିଛନ୍ତି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୯୨୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ କୋହଲିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ଅନ୍ୟଥା ସେ ଆଗାମୀ ଦିନରେ ଶୀର୍ଷସ୍ଥାନ ହରାଇବାର ଆଶଙ୍କା ରହିଛି। ଅନ୍ୟତମ ଭାରତୀୟ ବ୍ୟାଟସମ୍ୟାନ୍‌ ଅଜିଙ୍କ୍ୟ ରାହାଣେ ମାନ୍ୟତାରେ ୨ଟି ସ୍ଥାନ ଉପରକୁ ଉଠି ୧୭ନଂରେ ରହିଥିବା ବେଳେ ଅଷ୍ଟ୍ରେଲିଆର ମିଚେଲ୍‌ ଷ୍ଟାର୍କ ୨ଟି ସ୍ଥାନ ଉପରକୁ ଉଠି ୧୬ନଂରେ ରହିଛନ୍ତି। ଅଷ୍ଟ୍ରେଲିଆର ମାର୍କସ ହାରିସ ବ୍ୟାଟିଂ ମାନ୍ୟତାରେ ୧୧୬ନଂରେ ରହିଥିବା ବେଳେ ବୋଲିଂ ମାନ୍ୟତାରେ ନ୍ୟୁଜିଲାଣ୍ଡର ୱିଲିୟମ୍‌ ସୋମରଭିଲେ ୬୩ ଓ ପାକିସ୍ତାନର ଦ୍ରୁତ ବୋଲର ସାହିନ୍‌ ଆଫ୍ରିଦି ୧୧୧ତମ ସ୍ଥାନ​‌େ​‌ର ରହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories