www.samajalive.in
Monday, December 8, 2025
14.1 C
Bhubaneswar

ଏଫଆଇଏଚ୍‍ ପ୍ରୋ ଲିଗ୍‍ ଜାନୁଆରୀରୁ; ଭାରତରେ ପୁରୁଷ ହକି ସିରିଜ ଫାଇନାଲ

ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ମହାସଂଘ ହକିକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲକ୍ଷ୍ୟରେ ପ୍ରଥମ ଥର ଲାଗି ଏଫଆଇଏଚ୍‍ ପ୍ରୋ ଲିଗ୍‍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ୨୦୧୯ରୁ ଏଫଆଇଏଚ୍‍ -ପ୍ରୋ ଲିଗ୍‍ ଆରମ୍ଭ ହେବ ବୋଲି ଏଫଆଇଏଚ୍‍ ପକ୍ଷରୁ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଏଫଆଇଏଚ୍‍ ପ୍ରୋ ଲିଗ୍‍ ଉଭୟ ପୁରୁଷ ଓ ମହିଳା ବର୍ଗରେ ଖେଳାଯିବ। ପୁରୁଷ ବିଭାଗ ପ୍ରତିଯୋଗିତା ୨୦୧୯ ଜାନୁଆରୀ ୧୯ରୁ ବେଲଜିୟମ ଓ ଫ୍ରାନ୍ସ ମ୍ୟାଚରୁ ଆରମ୍ଭ ହେବ। ପ୍ରତିଯୋଗିତାରେ ବିଶ୍ୱ ହକିର ଶ୍ରେଷ୍ଠ ୨୦ତମ ସ୍ଥାନରେ ଥିବା ଦଳ ଅଂଶଗ୍ରହଣ କରିବେ। ପୁରୁଷ ଓ ମହିଳା ବିଭାଗ ହକି ପ୍ରୋ ଲିଗ୍‍ରେ ମୋଟ ୭୭ଟି ଲେଖାଏଁ ମ୍ୟାଚ ଖେଳାଯିବ। ଏଫଆଇଏଚ୍‍ ସିରିଜ୍‍ ଫାଇନାଲ ପୁରୁଷ ୩ଟି ଭେନ୍ୟୁ ମାଲେସିଆ, ଭାରତ ଓ ଫ୍ରାନ୍ସରେ ଖେଳାଯିବ। ୮ଟି ଦଳକୁ ନେଇ ମୋଟ ୨୨ଟି ଲେଖାଏଁ ମ୍ୟାଚ ଖେଳାଯିବ। ମହିଳା ବିଭାଗ ଏଫଆଇଏଚ୍‍ ସିରିଜ ଫାଇନାଲ ଆୟରଲାଣ୍ଡ, ସ୍ପେନ ଓ ଜାପାନରେ ଖେଳାଯିବ। ଏଥିରେ ମୋଟ ୮ଟି ଲେଖାଏଁ ଦଳ ପ୍ରତିନିଧିତ୍ୱ କରିବା ବେଳେ ୨୨ଟି ଲେଖାଏଁ ମ୍ୟାଚ ଖେଳାଯିବ। ପୁରୁଷ ଓ ମହିଳା ବିଭାଗ ଅଲିମ୍ପିକ୍‍ ଯୋଗ୍ୟତା ପର୍ଯ୍ୟାୟରେ ମୋଟ ୧୪ଟି ଲେଖାଏଁ ମ୍ୟାଚ ଖେଳାଯିବ ବୋଲି ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଫଆଇଏଚ୍‍ ପ୍ରସାରଣ ଓ ଟେଲିଭିଜନ ନିର୍ଦେଶକ ଆଣ୍ଡ୍ୟୁ ଓରାମ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱରରେ ଆୟୋଜିତ ହକି ବିଶ୍ୱକପ ଶ୍ରେଷ୍ଠ ଆୟୋଜନ ଓ ପ୍ରସାରଣର ମାନ୍ୟତା ପାଇଛି। ୧୯୪ଟି ଦେଶରେ ପ୍ରସାରଣ ହେଉଥିବାବେଳେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ୨୦୧୪ ହକି ବିଶ୍ୱକପରେ ମୋଟ ୧୦ କୋଟି ଦର୍ଶକ ମ୍ୟାଚ ପ୍ରସାରଣ ଦେଖିଥିବାବେଳେ ଚତୁର୍ଦଶ ସଂସ୍କରଣ ଲିଗ୍‍ ଓ କ୍ରସ ଓଭର ମ୍ୟାଚରୁ ଏହି ସଂଖ୍ୟା ଅତିକ୍ରମ କରିିଛି ବୋଲି ଓରାମ ସୂଚନା ଦେଇଥିଲେ। ହକିର ଲୋକପ୍ରିୟତା ବିଶ୍ୱରେ ବୃଦ୍ଧିପାଉଛି। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‍) ହକିକୁ ଅଧିକରୁ ଅଧିକ ଦେଶରେ ପ୍ରସାର କରିବା ନେଇ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛି। ଏଥିପାଇଁ ଚଳିତ ବିଶ୍ୱକପରେ ୨୦୦ ପାଖାପାଖି ଦେଶରେ ପ୍ରସାରଣ ସୁଯୋଗ ଯୋଗାଇ ଦେଇଛି। ଭୁବନେଶ୍ୱର ହକି ବିଶ୍ୱକପର ସଫଳ ଆୟୋଜନ ହକିର ପ୍ରସାରରେ ମଧ୍ୟ ସହାୟକ ହେବ ବୋଲି ଏଫଆଇଏଚ୍‍ ଯୋଗାଯୋଗ ଅଧିକାରୀ ନିକୋଲାସ ମେନ୍‍ଗଟ୍‍ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories