www.samajalive.in
Saturday, December 6, 2025
26.1 C
Bhubaneswar

୧୧ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି

ଭୁବନେଶ୍ବର:ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ୮ଜଣ ବରିଷ୍ଠ ଆଇଏଏସଙ୍କୁ କମିଶନର ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବାବେଳେ ୩ଜଣ କମିଶନର ପାହ୍ୟାର ଆଇଏଏସଙ୍କୁ ପ୍ରମୁଖ ଶାସନ ସଚିବକୁ ପଦୋନ୍ନତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିନାମା ଅନୁଯାୟୀ କମିଶନର ପାହ୍ୟାଙ୍କୁ ପଦୋନ୍ନତି ପାଇଥିବା ୨୦୦୩ ବ୍ୟାଚର ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଡ. ପ୍ରଦୀପ କୁମାର ବିଶ୍ବାଳଙ୍କ ସହିତ ଡ. ଜାୱେଲ ନିତିନ ଭାନୁଦାସ, ମନୋରଞ୍ଜନ ପଟ୍ଟନାୟକ, ଧୀରେନ କୁମାର ପଟ୍ଟନାୟକ, ପୁରୁଷୋତ୍ତମ ସାହୁ, ଅନିଲ କୁମାର ସାମଲ, ଶ୍ରୀକାନ୍ତ ପୃଷ୍ଟି ଓ ଗୋପବନ୍ଧୁ ଶତପଥୀ ଅନ୍ତର୍ଭୁକ୍ତ। ଏହି ଅଧିକାରୀମାନେ ଏଣିକି ସୁପର ଟାଇମ୍ ସ୍କେଲ ପାଇବେ।
ସେହିପରି ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିବା ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନନ, ସମବାୟ ବିଭାଗ ସଚିବ ରଞ୍ଜନା ଚୋପ୍ରା ଓ କେନ୍ଦ୍ରୀୟ ଡେପୁଟେସନରେ ଥିବା ସନ୍ତୋଷ କୁମାର ଷଡଙ୍ଗୀ ରହିଛନ୍ତି। ଆସନ୍ତାମାସ ସୁଦ୍ଧା ଏହି ବରିଷ୍ଠ ଆଇଏଏସଙ୍କୁ ସ୍ବତନ୍ତ୍ର ପଦରେ ଅବସ୍ଥାପିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଜଣାଯାଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories