www.samajalive.in
Saturday, December 6, 2025
16.1 C
Bhubaneswar

ଗ୍ରାମବାସୀ ନିଜ ଖର୍ଚ୍ଚରେ ନିର୍ମାଣ କଲେ ‘ସମାଜ’ ଫଳକ

ଶାଳଗାଁ: ‘ସମାଜ’ କେବଳ ଖବରକାଗଜ ନୁହେଁ, ଏହା ଦୀନ, ଦୁଃଖୀଙ୍କର ମୁଖପତ୍ର, ସର୍ବୋପରି ଏକ ଅନୁଷ୍ଠାନ। ଏହି ବୃହତ୍‍ ଅନୁଷ୍ଠାନ ପ୍ରତି ଦୃଢ଼ ମନୋବଳ ପ୍ରତିଷ୍ଠା ସ୍ୱରୂପ ଟାଙ୍ଗୀ-ଚୌଦ୍ୱାର ବ୍ଲକ କୁଜିବରସ୍ଥିତ ମହାତ୍ମା ସାଧୁସୁନ୍ଦର ଯାତ୍ରା କମିଟି ପକ୍ଷରୁ ନିଜ ଉଦ୍ୟମରେ ‘ସମାଜ’ ଫଳକ ନିର୍ମାଣ କରାଯାଇଛି। ଏହାଦ୍ୱାରା ପୀଠ ଓ ସନ୍ନିକଟ ବିଭିନ୍ନ ପର୍ଯ୍ୟଟନସ୍ଥଳ ଓ ଦର୍ଶନୀୟ ସ୍ଥାନକୁ ଆସୁଥିବା ଯାତ୍ରୀ ଓ ଜନସାଧାରଣ ‘ସମାଜ’ ସମ୍ପର୍କରେ ଅଧିକ ଜାଣିପାରୁଛନ୍ତି। ଶୁକ୍ରବାର ଫଳକ ଉଦ୍‍ଘାଟନ ଅବସରରେ ଶିଳ୍ପୀ ଓ କମିଟିର ବରିଷ୍ଠ ସଭ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ କୁଜିବର ଗ୍ରାମବାସୀ ଓ ଯାତ୍ରା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ସୂଚନାଯୋଗ୍ୟ, ଏହି ଅଞ୍ଚଳରୁ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘କୁଜିବର ପତ୍ର’ ପ୍ରକାଶ ପାଇଥିଲା। ଏହାର ପ୍ରତିଷ୍ଠାତା ଥିଲେ ମହାତ୍ମା ସାଧୁସୁନ୍ଦର ଦାସ। ସେ ଏହାର ପ୍ରଥମ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ସେହି ଅଞ୍ଚଳରେ ଓଡ଼ିଶାର ବହୁଳ ପ୍ରସାରିତ ଖବରକାଗଜ ‘ସମାଜ’ର ପ୍ରଚାର ଦିଗରେ ଯାତ୍ରା କମିଟିର ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories