www.samajalive.in
Monday, December 8, 2025
24.1 C
Bhubaneswar

ପୂରଣ ହେଉନି ଚାଷୀ ପଞ୍ଜୀକରଣ ଲକ୍ଷ୍ୟ

ଭୁବନେଶ୍ୱର: ଚଳିତ ଖରିଫ ଧାନସଂଗ୍ରହ ପାଇଁ ୧୫ଲକ୍ଷ ଚାଷୀଙ୍କ ପଞ୍ଜୀକରଣ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ଏହା ପୂରଣ ନେଇ ଆଶଙ୍କା ପ୍ରକାଶ ପାଇଛି। ଧାର୍ଯ୍ୟଲକ୍ଷ୍ୟ ଛୁଇଁବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଚତୁର୍ଥ ଥର ପାଇଁ ଚାଷୀ ପଞ୍ଜୀକରଣ ସମୟସୀମା ବୃଦ୍ଧି କରିଛି। ଏଥର ଏପର୍ଯ୍ୟନ୍ତ ୨ଲକ୍ଷରୁ ଅଧିକ ନୂଆ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି।
ତୃତୀୟ ଥର ପାଇଁ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଥିବା ବେଳେ ଶୁକ୍ରବାର ଏହାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଆଜି ସୁଦ୍ଧା ରାଜ୍ୟରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବାକୁ ୧୨ଲକ୍ଷ ୪୪ହଜାର ୧୧୯ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୦ଲକ୍ଷ ୩୨ହଜାର ୭୦୭ ଚାଷୀଙ୍କର ପଞ୍ଜୀକରଣ ନବୀକରଣ କରାଯାଇଥିବା ବେଳେ ନୂତନ ଭାବେ ୨ଲକ୍ଷ ୧୧ ହଜାର ୪୧୨ଚାଷୀ ଏଥିରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ଖରିଫରେ ମୋଟ ୧୧ଲକ୍ଷ ୨୦ହଜାର ୨୪୪ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ।
ଚାଷୀ ପଞ୍ଜୀକରଣ କ୍ଷେତ୍ରରେ ଗଞ୍ଜାମ ଜିଲା ଆଗରେ ରହିଛି। ଶୁକ୍ରବାର ସୁଦ୍ଧା ଏହି ଜିଲାରେ ୧ଲକ୍ଷ ୨୬ହଜାର ୬୫୪ଜଣ ପଞ୍ଜୀକରଣ କରିଥିବା ବେଳେ ବରଗଡ଼ ଜିଲାରେ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ୧ଲକ୍ଷ ୩ହଜାର ୫୮୯ ଥିବା ସୂଚନା ମିଳିଛି। ସେହିପରି କଳାହାଣ୍ଡିରେ ୭୩,୨୭୦ଜଣ, ବାଲେଶ୍ୱରରେ ୭୨,୩୪୦, ଭଦ୍ରକରେ ୬୦,୧୨୦, କଟକ ଜିଲାରେ ୫୫,୬୭୨ ଚାଷୀ ପଞ୍ଜୀକରଣ କରିଥିବା ବେଳେ କନ୍ଧମାଳରେ ସର୍ବନିମ୍ନ ୪୬୫୫ଜଣ ପଞ୍ଜିକୃତ ହୋଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories