www.samajalive.in
Monday, December 15, 2025
15.1 C
Bhubaneswar

ହୁଣ୍ଡି ସୁନା ତଥ୍ୟକୁ ନେଇ ବିବାଦ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଥିବା ସୁନା ତଥ୍ୟକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ଆଇନମନ୍ତ୍ରୀ ପ୍ରତାପ କୁମାର ଜେନା ବୁଧବାର ବିଧାନସଭାକୁ ଦେଇଥିବା ତଥ୍ୟ ଠିକ୍‍ ନୁହେଁ ବୋଲି ଜଣାପଡିଛି। ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ସହ ସୂଚନା ଅଧିକାର ଆଇନ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ତଥ୍ୟ ମେଳ ଖାଉନାହିଁ। ତେଣୁ କାହା କଥା ଠିକ୍‍ ସେଥିନେଇ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତମାନେ ଦ୍ୱନ୍ଦରେ ପଡ଼ିଛନ୍ତି। ୧୯୮୩ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ନାଟମଣ୍ଡପରେ ହୁଣ୍ଡିବାକ୍ସ ପ୍ରତିଷ୍ଠା କରିଥିଲେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବାକ୍ସ ଖୋଲାଯାଇ ସେଥିରେ ପଡିଥିବା ଟଙ୍କା ଓ ସୁନାରୁପା ଗହଣା ଗଣତି କରାଯାଉଛି। ଗତ ଜାନୁଆରୀ ୩୧ତାରିଖ ସୁଦ୍ଧା ହୁଣ୍ଡିରୁ ୧୮କି.ଗ୍ରା ୨୬୧ଗ୍ରାମ ୫୩୬ମିଳିଗ୍ରାମ ସୁନା ମିଳିଥିବା ମନ୍ଦିର ପ୍ରଶାସନ ସୂଚନା ଅଧିକାର ଆଇନରେ ସୂଚନା ଦେଇଛି। ତେବେ ଶ୍ରୀମନ୍ଦିର ହୁଣ୍ଡିରୁ ଅଗଷ୍ଟ ଶେଷସୁଦ୍ଧା ୧୬କି.ଗ୍ରା ୫୬୦ଗ୍ରାମ ସୁନା ମିଳିଥିବା ଆଇନମନ୍ତ୍ରୀ ଶ୍ରୀ ଜେନା ବିଧାନସଭାରେ ଉତ୍ତର ରଖିଛନ୍ତି। ମନ୍ଦିର ପ୍ରଶାସନ ଦେଇଥିବା ତଥ୍ୟକୁ ଆଧାର କରି ମନ୍ତ୍ରୀ ଗୃହରେ ଏହି ସୂଚନା ଦେଇଛନ୍ତି। ସୂଚନା ଅଧିକାର ତଥ୍ୟ ଏବଂ ମନ୍ତ୍ରୀଙ୍କ ଉତ୍ତର ମଧ୍ୟରେ ପ୍ରାୟ ୨କି.ଗ୍ରା ସୁନା ହିସାବରେ ଫରକ ରହୁଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତଙ୍କ ଅବଗତି ନିମନ୍ତେ ପ୍ରକୃତ ତଥ୍ୟ ରଖିବାକୁ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories