ମୁମ୍ବଇ: ଦେଶର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ଚଳିତବର୍ଷ ଅନୁଷ୍ଠିତ ହେବ। ହୀରା ବ୍ୟବସାୟୀ ରସେଲ ମେହେତାଙ୍କ ଝିଅ ଶ୍ଲୋକାଙ୍କୁ ବିବାହ କରିବେ ଆକାଶ। ଦେଶର ବଡ଼ ବଡ଼ ହୀରା ବ୍ୟବସାୟୀଙ୍କ ମଧ୍ୟରେ ରସେଲ ଅନ୍ୟତମ। ଏଥିସହ ରୋଜି ବ୍ଲୁ ଇଣ୍ଡିଆର ନିର୍ଦେଶକ ମଧ୍ୟ ରହିଛନ୍ତି। ତେବେ ବିବାହ ନେଇ ଦୁଇ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବାବେଳେ ଆସନ୍ତା ଡିସେମ୍ବରରେ ବିବାହ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।
୨୭ ବର୍ଷୀୟ ଆକାଶଙ୍କ ତଳେ ଯାଅାଁଳା ଭାଇଭଉଣୀ ଇଶା ଓ ଅନନ୍ତ (୨୩) ରହିଛନ୍ତି। ସୂଚନା ଅନୁଯାୟୀ, ଆକାଶ ଓ ଶ୍ଲୋକା ଉଭୟ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ଏକସଙ୍ଗେ ପାଠ ପଢ଼ୁଥିଲେ। ସମ୍ପ୍ରତି ଆକାଶ ରିଲାୟନ୍ସ ଜିଓ ବୋର୍ଡ ସଦସ୍ୟ ରହିଥିବାବେଳେ ଶ୍ଲୋକା ରୋଜି ବ୍ଲୁ ଫାଉଣ୍ଡେସନ ନିର୍ଦେଶକ ରହିଛନ୍ତି।
ହୀରା ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିବେ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ
Popular Categories



