www.samajalive.in
Saturday, December 6, 2025
16.1 C
Bhubaneswar

ହାର୍ଦ୍ଦିକ, ରାହୁଲଙ୍କ ବିରୋଧରେ ମାମଲା

ମୁମ୍ବଇ: ଟିଭି କାର୍ଯ୍ୟକ୍ରମରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ରାଜସ୍ଥାନର ଯୋଧପୁରସ୍ଥିତ ଏକ ଥାନାରେ ଦୁଇ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ସମେତ ବଲିଉଡ ପ୍ରଯୋଜକ କରନ ଜୋହରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଟିଭିରେ ପ୍ରସାରିତ ‘କଫି ୱିଥ୍‌ କରନ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବାବେଳେ ହାର୍ଦ୍ଦିକ ଓ ରାହୁଲ ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଚଳିତବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଏହା ପ୍ରସାରିତ ହେବାପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିସିସିଆଇ ପକ୍ଷରୁ ଦୁଇ କ୍ରିକେଟରଙ୍କୁ ସାମୟିକ ବାସନ୍ଦ କରାଯିବା ସହ ଅଷ୍ଟ୍ରେଲିଆ ଗସ୍ତରୁ ଫେରାଇ ଅଣାଯାଇଥିଲା। ଜାନୁଆରୀ ୨୪ରେ ବାସନ୍ଦାଦେଶ ପ୍ରତ୍ୟାହୃତ ହେବାପରେ ହାର୍ଦ୍ଦିକ ନ୍ୟୁଜିଲାଣ୍ଡ ଯାତ୍ରା କରି ଭାରତୀୟ ଦଳ ସହ ଯୋଗଦେଇଥିବାବେଳେ ରାହୁଲଙ୍କୁ ଭାରତ ‘ଏ’ ଦଳରେ ଖେଳିବାର ସୁଯୋଗ ମିଳିଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories