www.samajalive.in
Saturday, December 6, 2025
26.1 C
Bhubaneswar

ଭଉଣୀର ବାହାଘର ପାଇଁ ମାରାଥନ ଦୌଡ଼ିଥିଲେ ଏହି କ୍ରୀଡ଼ାବିତ

ନୂଆଦିଲ୍ଲୀ: ଭଉଣୀର ବାହାଘର ପାଇଁ ଅର୍ଥ ଯୋଗାଡ଼ କରିବାକୁ ଜଣେ ଯୁବତୀ ଦୌଡ଼କୁଦରେ ସାମିଲ ହୋଇଥିଲେ। ହାଫ୍‍ ମାରାଥନ୍‍ରେ ଭାଗ ନେଇ ପଦକ ଜିତିବା ସହିତ ୧ ଲକ୍ଷ ୨୫ ହଜାର ଟଙ୍କାର ପୁରସ୍କାର ରାଶି ପାଇଛନ୍ତି। ବୁଲଧାନା ଜଲାର ସାଗୱାନ୍‍ ଗ୍ରାମରେ ପୁନମ ସୋନୁନି ନାମ୍ନୀ ଜଣେ ଯୁବତୀ ଏଭଳି କୃତିତ୍ୱ ଅର୍ଜନ କରିଛନ୍ତି।
ପୁନମ୍‍ଙ୍କ ବଡ଼ ଭଉଣୀଙ୍କ ବାହାଘର ଠିକ୍‍ ହୋଇଥିଲେ ମଧ୍ୟ ତାଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ବାହାଘର ହୋଇପାରୁନଥିଲା। ପରିବାରର ଏହି ସଙ୍କଟ ଦୂର କରିବାକୁ ଅଣ୍ଟା ଭିଡ଼ିଲେ ପୁନମ୍‍। ପୁନମ୍‍ଙ୍କ କ୍ରୀଡ଼ା ପ୍ରତିଭା ଦେଖିôବା ପରେ ତାଙ୍କୁ ସ୍କୁଲ୍‍ ପକ୍ଷରୁ ତାଲିମ ପାଇଁ ନାଶିକ୍‍ର କ୍ରୀଡ଼ା ତାଲିମଦାତା ବିଜେନ୍ଦ୍ର ସିଂହଙ୍କ ନିକଟକୁ ପଠାଯାଇଥିଲା। କିଛି ଦିନ ପରେ ସେଠାରେ ଅନୁଷ୍ଠିତ ହାଫ୍‍ ମାରାଥନ୍‍ରେ ଭାଗ ନେଇ ପୁନମ ପୁରସ୍କାର ଜିତିଥିଲେ। ପୁନମ୍‍ ସେହି ଟଙ୍କା ଭଉଣୀର ବାହାଘର ପାଇଁ ତାଙ୍କ ବାପାଙ୍କୁ ଦେଇଛନ୍ତି। ଆସନ୍ତା ଦକ୍ଷିଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ପୁନମ ମନୋନୀତ ହୋଇଥିବାରୁ ଏବେ ଅଧିକ ତାଲମ୍‍ ଜାରି ରଖିଛନ୍ତି। ତେଣୁ ଭଉଣୀର ବାହାଘର ପାଇଁ ଏତେ କଷ୍ଟ ସ୍ୱୀକାର କରିବା ପରେ ମଧ୍ୟ ସେ ସେହି ବାହାଘରେ ଉପସ୍ଥିତ ରହିପାରିବେ ନାହିଁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories