www.samajalive.in
Saturday, December 6, 2025
26.1 C
Bhubaneswar

ଜନ୍ମ ଦେଇଥିବାରୁ ପିତାମାତାଙ୍କ ବିରୋଧରେ ମୋକଦ୍ଦମା

ମୁମ୍ବଇ: ରାଫେଲ୍‍ ସାମୁଏଲ୍‍ ନାମକ ଜଣେ ଯୁବକ ଏକ ଅଜବ ଧରଣର ମୋକଦ୍ଦମା ଦାଏର କରିବାକୁ ଯାଉଛନ୍ତି। ତାଙ୍କ ବିନାନୁମତିରେ କାହିଁକି ତାଙ୍କ ଜନ୍ମ ଦିଆଗଲା? ଏଭଳି ଅଭିଯୋଗ ଆଣି ୨୭ ବର୍ଷ ବୟସ୍କ ସାମୁଏଲ୍‍ ତାଙ୍କ ପିତାମାତାଙ୍କ ବିରୋଧରେ ମୋକଦ୍ଦମା ଦାଏର କରିବେ ବୋଲି କହିଛନ୍ତି। ତାଙ୍କ ମତରେ ସନ୍ତାନ ଜନ୍ମ କରିବା ମାନସିକତା ଭୁଲ୍‍। ଏଥିଯୋଗୁଁ ପୃଥିବୀର ସମ୍ବଳ ଉପରେ ଅଯଥା ବୋଝ ସୃଷ୍ଟି ହେବା ସହିତ ଅଶାନ୍ତି ବଢ଼ୁଛି।
ଫେସ୍‍ବୁକ୍‍ ପେଜ୍‍ରେ ସାମୁଏଲ୍‍ ଲେଖିଛନ୍ତି ଯେ ସେ ତାଙ୍କ ପିତାମାତାଙ୍କୁ ବହୁତ ଭଲ ପାଆନ୍ତି। କିନ୍ତୁ ତାଙ୍କୁ ଜନ୍ମ ଦେଇଥିବାରୁ ସେ ପିତାମାତାଙ୍କ ଉପରେ ଖୁସି ନୁହନ୍ତି। ‘ସେମାନଙ୍କର ସୁଖ ପାଇଁ ସେମାନେ ମୋତେ ଜନ୍ମ ଦେଇଛନ୍ତି। ସେଥିପାଇଁ ମୁଁ କାହିଁକି ଯନ୍ତ୍ରଣା ଭୋଗ କରିବି? ମୁଁ କାହିଁକି କାମ କରିବାକୁ ବାଧ୍ୟ? ଏହା ଭୁଲ୍‍।’ ଅବଶ୍ୟ ଏହାପରେ ଫେସ୍‍ବୁକ୍‍ରୁ ସେହି ପୋଷ୍ଟ ଡିଲିଟ ହୋଇଯାଇଥିବା ଜଣାପଡ଼ିଛି।
କୋର୍ଟକୁ ମାମଲା ଯିବା ସମ୍ପର୍କରେ ସାମୁଏଲ୍‍ଙ୍କ ମା ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ଯେ ଆମେ ପତି ପତ୍ନୀ ଓକିଲ ହୋଇଥିବା ସତ୍ତେ୍ୱ ପୁଅ କୋର୍ଟକଚେରୀର ଦ୍ୱାରସ୍ଥ ହୋଇଛି। ଜନ୍ମ କରିବା ପୂର୍ବରୁ ପୁଅର ମତାମତ କିପରି ଜାଣି ହୋଇଥାନ୍ତା ତାହା ଯଦି ସେ କହିବ ତେବେ ଆମେ କୋର୍ଟର କାର୍ଯ୍ୟାନୁଷ୍ଠାନର ସାମ୍‍ନା କରିବୁ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories